No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ଏବଂ ରାଜ୍ୟ ପୋଲିସ ମୁଖ୍ୟାଳୟଙ୍କ ନିର୍ଦ୍ଦେଶକ୍ରମେ ରାମନାଗୁଡା ବ୍ଲକ ଭାମିନିସ୍ଥିତ ଦ୍ଵିତୀୟ ଆଇଆରବିଏନ ପକ୍ଷରୁ ସଣ୍ଡେ ଅନ୍ ସାଇକଲ କ୍ୟାମ୍ପେନ ‘ଫିଟ ନେସ କି ଡୋଜ ଆଧା ଘାଣ୍ଟା ରୋଜ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳେ ଏକ ସଚେତନତା ସାଇକେଲ l
ଶୋଭାଯାତ୍ରା ବାଟାଲିୟନ ପରିସରରୁ ଆରମ୍ଭ ହୋଇ ଗୁମୁଡା, ସୁଭଦ୍ରାପୁର ଦେଇ ପୁଣି କ୍ୟାମ୍ପକୁ ଫେରିଥିଲେ । ସଚେତନତା ଶୋଭାଯାତ୍ରାକୁ ଦୁର୍ଗପତି ବ୍ରଜ ମୋହନ ନାୟକ ଶୁଭାରମ୍ଭକରିଥିଲେ। ଏଥିରେ ସାମିଲ ହୋଇଥିବା ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ସେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ସଚେତନତା ବାର୍ତ୍ତାକୁ ବାଟାଲିୟନର ସମସ୍ତ କର୍ମଚାରୀ ହୃଦୟଙ୍ଗମ କରିବେ ବୋଲି ଦୁର୍ଗପତି ନାୟକ ଅପିଲ କରିଥିଲେ ।

No Result
View All Result