ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ଶ୍ରୀମନ୍ଦିର ଅନ୍ଧହାତୀ ଓ ଲୀଳା ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବା ସ୍ମୃତିରେ ପାଳିତ ହେଉଛି । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିଥିଲେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା ।














