ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ +୨ ଏବଂ+୩ ପ୍ରଥମ ବାର୍ଷିକ ର ନୂତନ ଶିକ୍ଷାର୍ଥୀ ମାନଙ୍କଉଦ୍ଦେଶ୍ୟରେ ସ୍ବାଗତ ଉତ୍ସବ ବିଭାଗୀୟ ମୁଖ୍ୟ ଡଃ କବିତା ଦେବୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ବକ୍ତା ଭାବେ ସଂସ୍କୃତ ବିଭାଗର ମୁଖ୍ୟ ଡଃ ସୁଭଦ୍ରା ଭୋଳ,
ଅଧ୍ୟାପକ ବିଜୟ କୁମାର ଶତପଥୀ, ଅଧ୍ୟାପିକା ଡ଼ଃ ପ୍ରଜ୍ଞା ପାରମିତା ପାତ୍ର,ଅଧ୍ୟାପକ ଜଗନ୍ନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ଶୀଳ ହେବା ସହିତ ନିଜର ଭବିଷ୍ୟତ କ୍ୟାରିୟର ସହିତ ଚରିତ୍ର ଗଠନ ଓ ସୁସ୍ଥ ନାଗରିକତା ଆଭିମୁଖ୍ୟ ନେଇ କର୍ତ୍ତବ୍ୟନିଷ୍ଠ ହେବାକୁ ଦିଗ୍ ଦର୍ଶନ ଦେଇଥିଲେ ।
ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ଛାତ୍ରୀ ମାନଙ୍କ ଦ୍ଵାରା ସାମୂହିକ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ଯୁକ୍ତ ତିନି ର ଦ୍ଵିତୀୟ ଓ ତ୍ରୃତୀୟ ବର୍ଷ ର ଶିକ୍ଷାର୍ଥୀ ମାନେ ଏହି ଅବସରରେ ସ୍ବାଗତ ଅଭିଭାଷଣ ରଖି ଥିଲେ। ପରିଶେଷରେ ବନ୍ଧୁତ୍ୱ ପୂର୍ଣ୍ଣ ଭାଵ ବିନିମୟ ଓ ମଧ୍ୟାହ୍ନ ଭୋଜନରେ ସମସ୍ତ ଙ୍କୁ ଆପ୍ୟାୟିତ କରାଯାଇଥିଲା ।













