• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବକୁଳ ପାଠାଗାରରେ “ଜାପାନ୍ ଉତ୍ସବ” ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
August 24, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Festival of Japan inaugurated at the Bakul Library
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :-  ବକୁଳ ପାଠାଗାରରେ ଜାପାନର କଂଶଲ୍ ଜେନେରାଲ୍ ଶ୍ରୀ ଇଶିକାୱା ୟୋଷିହିସା ‘ଫେଷ୍ଟିଭାଲ ଅଫ ଜାପାନ’ ର ଉଦଘାଟନ କରିଲେ। ଏକ ବିଶିଷ୍ଟ ଓ ସୁନ୍ଦର ଉପାୟରେ ସେ ଉତ୍ସବକୁ ଆରମ୍ଭ କଲେ, ସେ ଗୋଟିଏ ଓରୀଗାମି କାଗଜ ପଙ୍ଖାକୁ ଖୋଲି ଏହି ଉତ୍ସବଟି କୁ ଆରମ୍ଭ କରିଥିଲେ ଯେଉଁଥିରେ ଇଂରାଜୀରେ ଲେଖା ହେଇଥିଲା “ଫେଷ୍ଟିଭାଲ ଅଫ ଜାପାନ @ ବକୁଳ”। ଶ୍ରୀ ୟୋଷିହିସାଙ୍କର ଏହା ପ୍ରଥମ ଓଡ଼ିଶା ଯାତ୍ରା ଓ ବକୁଳ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମ ସମ୍ପର୍କରେ ସେ ବୋହୁତ ଶୁଣିଥିଲେ, ଯାହା ଭୁବନେଶ୍ୱରରେ ଲୋକଙ୍କୁ ଜାପାନ୍‌ ସମ୍ପର୍କରେ ଅଧିକ ବୁଝାଇବାରେ ସହାୟତା କରୁଛି ।

 

ଏହି କାରଣ ପାଇଁ ସେ ତାଙ୍କ ପ୍ରଥମ ଓଡ଼ିଶା ଯାତ୍ରାରେ ବକୁଳକୁ ଦେଖିବାକୁ ଇଚ୍ଛା କରିଥିଲେ । ସେ ଏବଂ ତାଙ୍କ ସହପାଠୀ ମେଗୁମି ଶୀମଦା ଓ ଗୌତମ ଦେ, ଓରିଗାମି ୱାର୍କସପରେ ସକ୍ରିୟ ଭାଗ ନେଲେ । ୟୋଷିହିସା କହିଲେ, “ମୁଁ ଓରିଗାମି ବିଷୟରେ ଅତିକିଛି ଜାଣିନଥିଲି, କିନ୍ତୁ ଆଜି ନିଜ ସଂସ୍କୃତି ସମ୍ପର୍କରେ ନୂଆ କିଛି ଶିଖିଲି ଓ ବହୁତ ଆନନ୍ଦ ଅନୁଭବ କରିଲି । ମୁଁ ମୋ ପରବର୍ତ୍ତୀ ଓଡ଼ିଶା ଯାତ୍ରାରେ ପୁଣି ବକୁଳ ଆସିବାକୁ ଆଶା କରୁଛି।” ବକୁଳ ଫାଉଣ୍ଡେସନ୍‌ର ସ୍ଥାପକ ସୁଜିତ୍ ମହାପାତ୍ର କହିଲେ,

ବକୁଳ ସଦା ସମୟରେ ପାଠାଗାର ମାଧ୍ୟମରେ ବହୁସଂସ୍କୃତିକ ଅନୁଭବକୁ ପ୍ରୋତ୍ସାହନ ଦେଇଆସୁଛି । ଶିଶୁ ପୁସ୍ତକ ଓ ବିଭିନ୍ନ ଦେଶର ଲୋକକଥା ସଂଗ୍ରହ କରି, “ଷ୍ଟୋରୀଟେଳିଂ ଫ୍ରମ୍ ଆରାଉଣ୍ଡ ଦ ୱାର୍ଲ୍ଡ” ପରି କାହାଣୀବାଚନ କାର୍ଯ୍ୟକ୍ରମ, ଏବଂ କୋଭିଡ୍ ସମୟରେ ଅନଲାଇନ୍‌ ଷ୍ଟୋରିଟେଲିଂ ଶୃଙ୍ଖଳା ମାଧ୍ୟମରେ ଦର୍ଶକମାନେ ଏକବର୍ଷରେ ୫୦ଟି ଦେଶର ଶ୍ରେଷ୍ଠ କାହାଣୀକାରମାନଙ୍କ ସହିତ ପରିଚିତ ହୋଇଥିଲେ । ପୂର୍ବରୁ ବକୁଳ ଇଟାଲୀ, ସ୍ପେନ ଓ ଫ୍ରାନ୍ସର ଫେଷ୍ଟିଭାଲ ଆୟୋଜନ କରିଥିଲା ।

ଜାପାନ୍ ଉତ୍ସବର ଆଉ ଗୋଟେ ପ୍ରମୁଖ ଆକର୍ଷଣ ହେଲା ଜାପାନୀୟ ବହିର ଏକ ସମ୍ପୂର୍ଣ୍ଣ ଅଲଗା ସଂଗ୍ରହ ଯେଉଁଥିରେ ସମସ୍ତ ବୟସର ପାଠକଙ୍କ ପାଇଁ ଭିନ୍ନ ପ୍ରକାର ବହି ଅଛି, ଶିଶୁମାନଙ୍କ ପାଇଁ ପିଚ୍ ବଏ ପରି କାହାଣୀ, ଅକୀରା ଓ ବୁଦ୍ଧ ସେରିଜ୍ ପରି ମାଙ୍ଗା। ଏଥିରେ ପ୍ରସିଦ୍ଧ ଲେଖକ ମୁରକାମି ଓ କାଯୁଓ ଇଶିଗୁରୋଙ୍କ ଉପନ୍ୟାସ, ହାଇକୁ କବିତା, ଓ ଟୟୋଟା ଷ୍ଟୋରୀ ପରି ପ୍ରବନ୍ଧନ ପୁସ୍ତକ ମଧ୍ୟ ଉପଲବ୍ଧ ଅଛି । ଉତ୍ସବରେ ହେଇଥିବା ଓରିଗାମି ୱାର୍କସପର ନେତୃତ୍ୱ ଅର୍କିଟେକ୍ଟ୍ ତଥା ଓରିଗାମି କଳାକାର ସନ୍ତୃପ୍ତି ଦାସ ନେଇଥିଲେ । ସେ ପୂର୍ବରୁ ନ୍ୟୁ ୟର୍କର ଜାପାନୀ ସମୁଦାୟ ଲୋକଙ୍କ ପାଇଁ ଓରିଗାମି ପଙ୍ଖା ପ୍ରସ୍ତୁତ କରିଥିଲେ ।

ସେ ବ୍ୟାଖ୍ୟା କଲେ, ଓରିଗାମି କିପରି ଜାପାନୀୟ ସଂସ୍କୃତିର ସଙ୍କୁଚିତତା ଓ ନବୀନତାକୁ ପ୍ରକାଶ କରେ । ସେ ସମସ୍ତଙ୍କୁ ବିଭିନ୍ନ ଆକୃତି କରିବାକୁ ସିଖାଇଲେ । ଉଦାହରଣସ୍ୱରୂପ, ସେ ପିଲା ଓ ତାଙ୍କ ସହ ଥିବା ଅନ୍ୟ ପ୍ରତିଯୋଗୀଙ୍କୁ ୩ଟି ଭିନ୍ନ ରଙ୍ଗର କାଗଜକୁ ଭିନ୍ନ ଭିନ୍ନ ଭାବରେ ମୋଡ଼ି, ଗୋଟିଏ ଘୁରାଣୀ ଖେଳନା ପ୍ରସ୍ତୁତ କଲେ। ପିଲାଙ୍କ ସହ କଂଶଲ୍ ଓ ଅନ୍ୟ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ଓ ଖୁସି ହେଲେ। ଏହା ସହ ଆହୁରି ଏକ ଓରିଗାମି ମଧ୍ୟ ହେଇଥିଲା ଯାହା ସମସ୍ତ ପିଲା ଓ ପ୍ରତିଯୋଗୀ ମିଶିକି ତିଆରି କରିଥିଲେ ଯାହା ଧଳା କାଗଜରେ ତିଆରି ହୋଇଥିଲା ।

ଡୋରେମନ୍ ଓ ସେହି ଭଳି ଅନ୍ୟ ଚରିତ୍ରର ପ୍ରସିଦ୍ଧତା କୁ ନଜର ରେ ରଖି ଆନିମେଟ୍ରୋ ଟିମ୍ ଏକ “ଅନିମେ କସ୍ ପ୍ଲେ ୱାର୍କସପ” ର ଆୟୋଜନ ରବିବାର ସକାଳେ କରିବେ। ଆନିମେ ପ୍ରେମୀମାନଙ୍କ ପାଇଁ ଏହା ଉଦ୍ଧିଷ୍ଟ ଯେଉଁଠାରେ ସେମାନେ ୱିଇଗ ଷ୍ଟାଇଲିଂ, ପ୍ରପ ମକିଂ ଦ୍ୱାରା ନିଜ ପ୍ରିୟ ପାତ୍ରମାନଙ୍କୁ ପ୍ରକାଶ କରିପାରିବେ । ରବିବାର ସନ୍ଧ୍ୟାରେ କୀଟ ଇଣ୍ଟରନେସନାଲ୍ ସ୍କୁଲର ଅଙ୍କିତା ପଟ୍ଟନାୟକ ଓ ବିଦ୍ୟୁତ ଲତା ଜାପାନର କାମିଶିବାଇ ଷ୍ଟୋରୀଟେଲିଂ କରିବେ। କାମିଶିବାଇ ଜାପାନର ପାରମ୍ପରିକ “କାଗଜ ନାଟକ” ଯେଉଁଠି କାହାଣୀକାର ଗୋଟିଏ ଛୋଟ କାଠର ମଞ୍ଚ ନେଇଥାନ୍ତି ଓ ଚିତ୍ରିତ କାର୍ଡଗୁଡ଼ିକୁ ପ୍ରଦର୍ଶନ କରିଥାନ୍ତି, କାହାଣୀ ସହିତ କ୍ରମେ ସେଗୁଡ଼ିକୁ ଖୋଲିଥାନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version