No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସେଲ୍ଫ୍ ଫାଇନାନ୍ସ ବିଭାଗ ଆନୁକୁଲ୍ୟରେ ଅଭିଭାବକ , ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଭାଗର ସଂଯୋଜକ ଅଧ୍ୟାପକ ଆଶିଷ କୁମାର ପାଢ଼ୀ ସଭାପତିତ୍ୱ କରିବା ସହ ଏହି ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗର ସହସହକାରୀ ସଂଯୋଜକ ଭୂପତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଯୋଗଦାନ କରି ଏହି ସମ୍ମିଳନୀ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା, ଶାନ୍ତିଶୃଙ୍ଖଳା ଓ ସେମାନଙ୍କର ଉନ୍ନତି ସଂପର୍କରେ ଆଲୋଚନା ହେବା ସହିତ ଭଲ ପାଠ ପାଢ଼ା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଗୁରୁଶିଷ୍ୟ ଓ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମଧ୍ୟରେ ଏକ ସଂପର୍କ ସୃଷ୍ଟି ହେବା ସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା,
ନୈତିକ ଶିକ୍ଷା ଓ ପାଠ ପଢ଼ା ସଂପର୍କରେ ବିଭିନ୍ନ ପ୍ରସ୍ତାବ ଆସିପାରିବ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଆସ୍ଥା ଶିକ୍ଷା ଟ୍ରଷ୍ଟର ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ଦେବାଶିଷ ସାହୁ ଯୋଗଦାନ କରି ଏହି ବିଭାଗର ଉନ୍ନତି ପାଇଁ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାକେରି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ସେ ଚେଷ୍ଟିତ ଅଛନ୍ତି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଆଶିଷ କୁମାର ନାୟକ, ଅଧ୍ୟାପିକା ଜ୍ଞାନେନ୍ଦ୍ର ରଣା, ଅଧ୍ୟାପିକା ସିନ୍ଧୁବାଳା ପଣ୍ଡା, ଅର୍ଜୁନ ଦାସ, ଅଲିସା କର, କାମଦେବ ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅଧ୍ୟାପକ ଆଶିଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result