କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଓଭର ବ୍ରିଜ ବୁଲେଟ ସୋରୁମ ସମୁଖ ନିକଟରେ ଆଜି ଭୋର ୪ ଟା ସମୟରେ ଓଡି-୦୧-ଜି-୮୮୮୮ ନମ୍ବର ବସଟି ଅଟକି ଯାତ୍ରୀ ଓହ୍ଲାଇ ସାରିଥିଲା ।
ବସ୍ ହେଲଫର ବସ୍ ପଛରେ ଥିବା ଯାତ୍ରୀଙ୍କ ଲଗେଜ ବାହାର କରୁଥିବା ସମୟରେ କଟକ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏପି-୩୯-ୟୁଏଚ -୨୭୯୯ ନମ୍ବର ଆନ୍ଧ୍ର ଟ୍ରକ ଧକ୍କା ଦେଇ ଥିଲା । ଯାହାଫଳରେ ବସ ହେଲଫର ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।
ଦୂର୍ଘଟଣାର ଖବର ପାଇ ଫୁଲନଖରା ଏନ୍ ଏଚ ଟ୍ରାଫିକ ଥାନା କର୍ମଚାରୀମାନେ ଏବଂ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ହେଲଫର କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ପୋଲିସ କ୍ରେନ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଏବଂ ବସକୁ ବାହାର କରି ସଦର ଥାନାକୁ ନେଇଥିଲା ।

© 2023 Odisha Taza News.