ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ବରଗଡ଼ :- ବୁଦେଲପାଲି ର ବରିଷ୍ଠ ସମାଜ ସେବୀ.ରାଜନେତା. ଧର୍ମପରାୟଣ ବ୍ୟକ୍ତି ଶ୍ରୀଯୁକ୍ତ ତୀର୍ଥବାସୀ ସାହୁ ଆଉ ନାହାନ୍ତି. ଦୀର୍ଘ 5ଦଶନ୍ଧି ଧରି ବୁଦେଲପାଲି ତଥା ବରାହଗୋଡା ପଂଚାୟତ ଥିବା ସମୟରୁ ବିଭିନ୍ନ ଉନୟନ ମୂଳକ କାମରେ ନିୟୋଜିତ ଥିଲେ. ସେ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ ଯଥା ତୋରା ସମବାୟ ସମିତି ସଭାପତି. ସଂକୀର୍ତ୍ତନ୍ୟ ମଣ୍ଡଳୀ ଗାୟକ.
ଯୁବକ ସଂଘ. ଗାଁ ଡ୍ରାମା. ଝରଗୁଡ଼ି ରେ ଅନୁଷ୍ଠିତ ପଞ୍ଚମ. କଳାପାଣି ଦୁର୍ଗାପୂଜା ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ.ଶେଷ ସମୟରେ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ.ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ସାଧୁ ଚରଣ ନେପାକ.ବ୍ଲକ ଚେୟାରମେନ ଉମେଶ ପଣ୍ଡା. କଲାପାଣି ସରପଞ୍ଚ ଶ୍ରୀଯୁକ୍ତ କେ ବିରା ରେଡଡି. ଶିଳ୍ପପତି ବାସୁଦେବ ଦାସ. ସମାଜ ସେବୀ କଲ୍ୟାଣ କୁମାର ଉପସ୍ଥିତ ଥିଲେ. (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)