କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ନୂଆପଡ଼ା ଅଞ୍ଚଳର ଜନ ସାଧାରଣ ଦୀର୍ଘ ଦିନ ଧରି ଦାବି କରିଆସୁଥିବା କେନ୍ଦ୍ରୀୟ ବିଦ୍ୟାଳୟ -୨ ର ସ୍ଥାୟୀ ଶ୍ରେଶୀ କେବେ ହେବ ତାହାର ଅନ୍ତ ଘଟିଛି । ଶନିବାର ଦିନ ପୂର୍ବାହ୍ନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆପଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ -୨ ର ଶ୍ରେଣୀଗୃହ ପାଇଁ ଭୂମି ପୂଜନ କରିଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କଟକ ନୂଆପଡ଼ାରେ ପହଞ୍ଚିବା ମାତ୍ରେ ତାଙ୍କୁ କଟକ ସଦର ଓ ସହର ର ଶହ ଶହ ବିଜେପି କର୍ମୀ ତାଙ୍କୁ ସ୍ଵାଗତ କରି ପାଛୋଟି ନେଇଥିଲେ ।

ଭୂମୀ ପୂଜନ ପରେପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ -୨ ର ଅଧ୍ୟକ୍ଷ ତଥା କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ସଭାପତି ତ୍ବରେ ଆୟୋଜିତ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବା ସହିତ ଓଡ଼ିଶା କୁ ଜାଣିବା, ବୁଝିବା ସହିତ ଭଲପାଇବାକୁ ପଡିବ ।

କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ କେବଳ ଛାତ୍ରଛାତ୍ରୀଙ୍କ ଞାନର ବିକାଶ ଉପରେ ଗୁରୁତ୍ଵ ଦେବନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବଵୋଲି କହିଥିଲେ । ଆୟୋଜିତ ସଭାରେ କଟକ ସାଂସଦ ଭତ୍ତୃହରି ମହତାବ , କଟକସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,
















