ଦଶପଲା (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଏକ ସାହିରେ ରହୁଥିବା ଜନୈକା ୭୫ ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାରେ ଥାନାରେ ଅଭିଯୋଗ କରିବାକୁ ଆସିଥିବା ବୃଦ୍ଧା କଂ କଥାକୁ ଦଶପଲ୍ଲା ପୁଲିସ ଶୁଣିନଥିଲା । ଯାହାକୁ ନେଇ ବୃଦ୍ଧା ଜଣଜ ଦଶପଲ୍ଲାର ଜଣେ ବିଚାରପତିଙ୍କୁ ସାକ୍ଷାତ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ବିଚାରପତିଙ୍କ ପରାମର୍ଶ କ୍ରମେ ଘଟଣା ତାଲୁକ ଆଇନସେବାକୁ ଅବଗତ କରାଯାଇଥୁଲା ।















