No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ସାମ୍ବାଦିକ ସଂଘ, ମାଲକାନଗିରି ଜିଲ୍ଲା ଶାଖା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଏବଂ ବାଲିମେଳା ସଂଘରେ ନୂତନ କର୍ମକର୍ତ୍ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ଏଥିରେ ପ୍ରଦୀପ କୁମାର ମହାରଣାଙ୍କୁ ସଭାପତି, ଏ. ଦେବାଶିଷ ପାତ୍ରଙ୍କୁ ସମ୍ପାଦକ ଏବଂ ଅଭିନାଶ ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ବାଲିମେଳାରେ ଅବସ୍ଥିତ ରିକ୍ରିଏସନ କ୍ଲବରେ ସାଧାରଣ ପରିଷଦ ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଶ୍ରୀନିବାସ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିଂହଚରଣ ମହାନ୍ତି, ଉପଦେଷ୍ଟା ରତ୍ନାକର ଦାସ,

କାଲିମେଳା ବ୍ଲକ ସଭାପତି ଟି. ସତ୍ୟନାରାୟଣ ସୁବୁଦ୍ଧି, ଚିତ୍ରକୋଣ୍ଡା ବ୍ଲକ ସଭାପତି ଶିବ ଖରା, ମାଥିଲି ବ୍ଲକ ସଭାପତି ଶିବ ପରିଚ୍ଛ, ସହିତ ବିକ୍ରମ ସ୍ୱାଇଁ, ଶିବ ପ୍ରସାଦ ପାତ୍ର, ବିଶ୍ୱଜିତ ନାହାକ, ଆଶିଷ ବେହେରା, ଦୀପଙ୍କର କୀର୍ତ୍ତନିଆ, ସୁରେନ୍ଦ୍ର ହାଲବା, ନରତୋଷ ବାଲା, ବିଦ୍ୟୁତ ବୈରାଗୀ, ସୌରଭ ମଣ୍ଡଳ, ରାହୁଲ ଗୋଲରୀ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ନୂତନ କର୍ମକର୍ତ୍ତା ଚୟନ ପରେ ସଭାପତି ପ୍ରଦୀପ ମହାରଣା କହିଥିଲେ, “କୋରୁକୋଣ୍ଡା ଏବଂ ବାଲିମେଳା ସାମ୍ବାଦିକ ସଂଘରେ ଏକ ନୂତନ ଗୃହ ନିର୍ମାଣ କରିବା ସହିତ ସଂଘକୁ ସୃଦୃଢ କରିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବୁ । ଏହି କାର୍ଯ୍ୟକ୍ରମକୁ ସଂଘର ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ ସଫଳତାର ସହିତ ପରିଚାଳନା କରିଥିଲେ ।

No Result
View All Result