No Result
View All Result
୧. VTP ମଡେଲର ବିଫଳତା ଏବଂ ଓଡ଼ିଶାରେ VTP-ମୁକ୍ତ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପାଇଁ ଦାବି
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ଵର :- VTP ମଡେଲ ଏକ ଅସ୍ଥାୟୀ, ଅପ୍ରତିଷ୍ଠିତ ଏବଂ ଶୋଷଣମୂଳକ ପ୍ରଣାଳୀ ଯାହା ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ଓ ସ୍ଥିରତାକୁ ନଷ୍ଟ କରୁଛି । ଏହି ମଡେଲ ଅଧୀନରେ ଶିକ୍ଷକମାନେ ନିମ୍ନ ମାନଦଣ୍ଡ ବେତନ, ଅନିଶ୍ଚିତ ନିଯୁକ୍ତି ଏବଂ କୌଣସି ଆଇନଗତ ସୁରକ୍ଷା ବିନା କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି I ରାଜ୍ୟ ସରକାରଙ୍କ ପ୍ରକାଶିତ EOI (Expression of Interest)କୁ ପ୍ରତ୍ୟାଖ୍ୟାନ କରି, ଆମେ ଏକ ସ୍ଥାୟୀ, ନିୟମିତ ଏବଂ ସରକାରୀ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପାଇଁ ଦାବି କରୁଛୁ, ଯାହା ଶିକ୍ଷକମାନଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବ।
୨. ସରକାରୀ କର୍ମଚାରୀଙ୍କ ସମତୁଲ୍ୟ ଚାକିରି ନୀତି ପାଇଁ ଦାବି
ସରକାରୀ ଚାକିରି ପରି ସ୍ଥାୟୀ ନିଯୁକ୍ତି, ନିୟମିତ ବେତନ, ପେନ୍ସନ୍, ଗ୍ରାଚୁଇଟି, ମେଡିକାଲ୍ ସୁବିଧା ଇତ୍ୟାଦି ସହିତ ଆଇନଗତ ସୁବିଧା ପ୍ରଦାନ କରାଯିବା ଉଚିତ୍ ଏକ ସ୍ପଷ୍ଟ ଏବଂ ପାରଦର୍ଶୀ ଟ୍ରାନ୍ସଫର ନୀତି ପ୍ରଣୟନ କରାଯାଇ, ଶିକ୍ଷକମାନଙ୍କୁ ଅକାରଣ ହେରଫେର ଏବଂ ରାଜନୈତିକ ହସ୍ତକ୍ଷେପରୁ ରକ୍ଷା କରାଯିବା ଆବଶ୍ୟକ। ସରକାରୀ ନିୟମାନୁସାରେ ଛୁଟି ନୀତି (ଯଥା- ମେଡିକାଲ୍ ଲିଭ୍, ମ୍ୟାଟର୍ନିଟି ଲିଭ୍, ଏଲପି) ପ୍ରଦାନ କରାଯିବା ଉଚିତ୍
୩. ବରଖାସ୍ତ କରାଯାଇଥିବା ଧନ୍ଦାମୂଳକ ଶିକ୍ଷକଙ୍କ ପୁନର୍ବସୁଳାଭ ପାଇଁ ଦାବି
ପୂର୍ବତନ ସରକାରଙ୍କ ସମୟରେ ଅନେକ ଧନ୍ଦାମୂଳକ ଶିକ୍ଷକ (VTs) ବିନା ଯୁକ୍ତିଯୁକ୍ତ କାରଣରେ ଚାକିରି ଚ୍ୟୁତ ହୋଇଥିଲେ, ଯାହା ଏକ ରାଜନୈତିକ ଆକ୍ରୋଶ ଥିଲା ବୋଲି ବିଶ୍ଵାସ କରାଯାଉଛି l ଆମେ ଦାବି କରୁଛୁ ଯେ, ସମସ୍ତ ଏହିଭଳି ଶିକ୍ଷକଙ୍କ ନିଯୁକ୍ତି ଏକ ସ୍ବତନ୍ତ୍ର ତଦନ୍ତ କମିଟି ଗଠନ କରି ପୁନର୍ବିଚାର କରାଯାଉ ଏବଂ ଯଦି କୌଣସି ଅନ୍ୟାୟ ହୋଇଥାଏ, ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଉ ।

No Result
View All Result