ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସତର୍କତା ସଚେତନତା ସପ୍ତାହ ୨୦୨୫ ପାଳନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ସେମିନାର ଆୟୋଜିତ ହୋଇଯାଇଛି । ଯାହା ରେଳ ପ୍ରଶାସନରେ ସଦଚାର ଓ ପାରଦର୍ଶିତାର ବିକାଶ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିଲା । ସେମିନାରରେ ରେଳବିଭାଗର ସ୍ୱାସ୍ଥ୍ୟ,ଭଣ୍ଡାର ଓ ଲେଖା ବିଭାଗ ସହିତ ସଂପୃକ୍ତ ଭିଜିଲାନ୍ସ ସମସ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । ଏହି ଆୟୋଜନ ମାଧ୍ୟମରେ ଏକ ନୀତିନିଷ୍ଠା, ଦାୟିତ୍ୱବୋଧ ଓ ନୀତିଗତ ଆଚରଣ ଭିତ୍ତିକ ସଂସ୍କୃତି ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ।














