No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ଵାନ କ୍ରମେ ସୋମବାର ଠାରୁ 2008 ମସିହା ଠାରୁ 2018 ପର୍ଯ୍ୟନ୍ତ ରାଜସୁନାଖଳା ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ପ୍ରାପ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସରକାରଙ୍କ ପୂର୍ଣ୍ଣ ଅନୁଦାନ ଦାବିରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଶ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ବସିରହିଛନ୍ତି l
ଯାହା ଦ୍ଵାରା ମହାବିଦ୍ୟାଳୟରେ ପାଠପଢ଼ା ସହିତ ଅଫିସ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଠି ହୋଇଅଛି l ସରକାର ସେମାନଙ୍କର ଦାବି ପୁରଣ ନକଲେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦିଶ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ମହାବିଦ୍ୟାଳୟର ଆନ୍ଦୋଳନରତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଦୃଢତାର ସହିତ ନିଜ ମତ ପ୍ରକାଶ କରିଛନ୍ତି l

No Result
View All Result