ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡରାହାଲ ଓ ମୁଦୁଲିପଡ଼ା ଗସ୍ତ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ମୁଦୁଲିପଡ଼ା ଠାରେ ଥିବା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ I ଏହା ସହ ମୁଦୁଲିପଡ଼ା ଠାରେ ଥିବା ଏସଏସଡି ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ I















