ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଏନ୍.ଏ.ସି ତରଫରୁ ଆସନ୍ତା ୩୧ତାରିଖରେ ହେବାକୁ ଥିବା ୫୯ତମ ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳନ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବାଙ୍କୀ ଏନ୍.ଏ.ସି ଅଞ୍ଚଳରେ ଥିବା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯୋଗଦାନ କରି ବକ୍ତୃତା, କୁଇଜ୍ ଓ ଡ୍ରଇଁ ପ୍ରତିଯୋଗିତାରେ ଭାଗନେଇଥିଲେ ।
ପରିଷଦର ବାତ୍ୟା ଆଶ୍ରୟ ସ୍ଥଳରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରାବନ୍ଧିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, କବି କୌଶିକ ନାୟକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସାହିତ୍ୟିକ ଭଗବାନ ସାମଲ ଯୋଗଦାନ କରି ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନଗରପାଳ ମାଣିକ ସାହୁ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ବିକଳଗୋଚ୍ଛି, ଚନ୍ଦନ ଗଣ୍ଠିଆ,
ମନୋରମା ବେହେରା, ସାଂସଦ ପ୍ରତିନିଧି ସରୋଜ କୁମାର ସାମନ୍ତରାୟ, ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସହାୟକ ସେକ୍ରାଜଉଦ୍ଦିନ୍ , ରୁଦ୍ରନାରାୟଣ ପତି, ବିମାନ ଦଳେଇ, ସୁନୀଲ୍ ସେଠୀ, କ୍ୟାସିୟର୍ ରଶ୍ମି ରାଉତଙ୍କ ସମେତ ପରିଷଦର କର୍ମଚାରୀମାନେ ସହଯୋଗ କରିଥିଲେ । ସ୍ୱଚ୍ଛତା, ପରିମଳ ଏବଂ ସହରବିକାଶରେ ପ୍ରତିବନ୍ଧକ ବିଷୟବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆସନ୍ତା ସ୍ୱାୟତଶାସନ ଦିବସରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତି କରାଯିବ ।














