ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ଗ୍ରାମର ଗ୍ରାମଦେବୀଙ୍କ ମନ୍ଦିର ପରିସରରେ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ସଂଗଠନର ଆବାହକ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ

ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଶୁଭାରମ୍ଭ କରି ବୃକ୍ଷରୁ ଅମ୍ଳଜାନ ମିଳିଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଧନଞ୍ଜୟ ମହାପାତ୍ର, ବ୍ରଜବନ୍ଧୁ ପୃଷ୍ଟି, ପିତବାସ ସାହୁ, ବାଇଧର ସ୍ୱାଇଁ, ଲୋଚନ ଦାସ ପ୍ରମୁଖ ଯୋଗଦାନ କରି ମନ୍ଦିର ପରିସରରେ ବଉଳ ଓ ଅଁଳା ବୃକ୍ଷରୋପଣ କରିଥିଲେ ।














