ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଙ୍କିଆପଲି ନିକଟ କଂଶାରି ନଦୀରେ ଭାସିଗଲେ ଯୁବକ । ଭାସିଯାଇଥିବା ଆଶୀର୍ବାଦ ବେହେରା ୨୧( ବର୍ଷ)। ଗାଁ ପାଖ ନିକଟ କଂଶାରି ନଈକୁ ଗାଧୋବାକୁ ଯାଇଥିଲେ ହେଲେ କିଏ ଜାଣିଥିଲା ଭାଗ୍ୟର ଦ୍ୱୀପ ଲିଭିଜିବ ବୋଲି । କିନ୍ତୁ ଅକାତ କାତ ପାଣି ରେ ବୁଡିଗଲେ ଆଶୀର୍ବାଦ ଓରଫ କାର୍ତ୍ତିକ ବେହେରା ।

ଦୁଃଖର ବିଷୟ କିଛି ବର୍ଷ ପୂର୍ବେ ବାପା ବାବୁଲା ବେହେରା ଙ୍କର ମୃତ୍ୟୁ ହୋଇଥିଲା ।ଘରେ ମା,ଦୁଇ ପୁଅ ଓ ଗୋଟିଏ ମାତ୍ର ଝିଅ ଅତି ଦୁଃଖ କଷ୍ଟରେ ଚଳୁଥିଲେ । କିନ୍ତୁ କଂସା ରୀ ନଦୀ କାଳ ସାଜିଲା କାଳ ରାତ୍ରି । ଗାଧୋଇବା ସମୟରେ ନଈର ଖର ସ୍ରୋତରେ କେଉଁଆଡେ ଭାସିଗଲେ ନା ପାଣିରେ ବୁଡିଗଲେ ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚି କଂସାରୀ ନଦୀରେ ଦୀର୍ଘ ଆଠଘଣ୍ଟା ହେଲା ପାଣିରେ ଖୋଜି ଚାଲିଛନ୍ତି , କିନ୍ତୁ ହେଲେ ମା କାନ୍ଦି କାନ୍ଦି କହୁଛି ମୋ ପୁଅ କାର୍ତ୍ତିକ ଡାକ ଶୁଣିବ, ମୋ ପାଖକୁ କାର୍ତ୍ତିକ ଫେରି ଆସିବ। କିନ୍ତୁ ଏପର୍ଯ୍ୟନ୍ତ ଆଶୀର୍ବାଦକୁ କେହି ପାଉ ନାହାଁନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଞ୍ଚି କଂସାରି ନଈରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।














