ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ବୁଧବାର) କଳାହାଣ୍ଡି :- କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନ ଚାଲିଥିବାବେଳେ ୪ ମାଓବାଦୀ ନିହତ ହୋଇଥିବା ଖବର ଆସିଛି । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସ୍ଓଜିର ମିଳିତ ଅପେରସନକୁ ଜୋରଦାର କରାଯାଇଛି । ଆଜି ସକାଳେ ୧୧ଟା ସମୟରେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା ।
ଉଭୟପଟୁ ଗୁଳି ବିନିମୟ ବେଳେ ୪ ମାଓବାଦୀ ନିହତ ହୋଇଥିବା ସୂଚନା କଳାହାଣ୍ଡି ଏସପି ଦେଇଛନ୍ତି । ଅପରେସନ ସମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ସମୟରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଅପରେସନ ଜାରି ରହିଥିବା ଜଣାଯାଏ । (ରିପୋର୍ଟ- ପ୍ରଦୀପ କୁମାର ଗଉଡ)