ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବଣିକ ମହାସଂଘ ନୃସିଂହଛକ ଠାରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରିଛନ୍ତି । ମହାସଂଘର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଶ୍ରୀନିବାସ ବେହେରା, ଯୁଗଳକିଶୋର ଭୂତ୍, ରବିନ୍ଦ୍ର ଦାସ, କାହ୍ନୁ ଚରଣ ବେହେରା, ଶିବ ପ୍ରସାଦ ମହାପାତ୍ର , କ୍ଷେତ୍ରବାସୀ ଦାଶ,
ଟଙ୍କଧର ବେହେରାଙ୍କ ସମେତ ବଜାର-୩୩ କମିଟିର ସଭାପତି ସଂପାଦକ ଓ ସଭ୍ୟମାନେ ଯୋଗଦାନ କରିଥିଲେ । ଏହି ଉପଲକ୍ଷେ ବାଙ୍କୀ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ସାଧାରଣ ସଂପାଦକ ଶ୍ରୀବିନାବସ ବେହେରାଙ୍କ ନେତୃତ୍ୱରେ ସଭ୍ୟମାନେ ଯାଇ ଫଳ ଏବଂ ମିଷ୍ଠାନ ବଣ୍ଟନ କରିଥିଲେ । ଆଗାମୀ ଦିନରେ ବଣିକ ମହାସଂଘ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହ ଜନହିତକର କାର୍ଯ୍ୟ କରିବା ପାଇଁ ସଭାପତି ଶ୍ରୀ ମହାପାତ୍ର ଜଣାଇଛନ୍ତି ।














