No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଲଗାଣ ବର୍ଷା ରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ବିଡିଓ ପ୍ରଦୀପ କର ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉଭୟ ପାର୍ଶ୍ଵ ରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରିଛନ୍ତି । ସୂଚନା ଥାଉ କି ପାଖାପାଖି ୬୦ ଟି ଟ୍ରକ୍ ଓ ୭ ଗୋଟି ହାଇଦରାବାଦ ଗସ୍ତ ବସ୍ କାଲି ରାତି ୧୨ ଟାରୁ ଲଗାଣ ବର୍ଷା ଯୋଗୁଁ ଅଟକି ରହିଥିଲା ।
ପୋଲ ର ଜଳ ସ୍ତର କମିବା ପରେ ସମସ୍ତ ଟ୍ରକ୍ ଓ ବସ୍ କୁ ଆଜି ଦିନ ୧୨ ଟା ପରେ ଛଡ଼ାଯାଇଛି । ଲଗାଣ ବର୍ଷା ନିମନ୍ତେ ଜନ ସାଧାରଣଙ୍କ ସହାୟତା ନିମନ୍ତେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ରେଡ୍ ଆଲର୍ଟ କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ସମସ୍ତ ଅଧିକାରୀ ଙ୍କୁ ହେଡକ୍ୱାଟର ନଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମସ୍ତ ଫିଲ୍ଡ ଅଧିକାରୀ ଙ୍କୁ ସଜାଗ ହୋଇ ରହିବାକୁ କୁହାଯାଇଛି ।
ସମସ୍ତ ପ୍ରକାର ସମ୍ଭାବ୍ୟ ପରିସ୍ଥିତି ର ମୁକାବିଲା କରିବା ପାଇଁ ବିଡିଓ ମାନଙ୍କୁ ଗ୍ରାମ ପଞ୍ଚାୟତ ର ସମସ୍ତ କର୍ମଚାରୀ ଙ୍କ ସହ ଯୋଗାଯୋଗ ରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତହସିଲଦାର ମାନଙ୍କୁ ଆରଆଇ ମାନଙ୍କ ମାଧ୍ୟମରେ ଘର ଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଆକଳନ କରି ତୁରନ୍ତ ଟାରପଲିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଓ ଜିଲ୍ଲା କୃଷି ଅଧିକାରୀ ଙ୍କୁ ମଧ୍ୟ ଅନୁରୂପ ଭାବେ ଗୋ ସମ୍ପଦ ଓ ଶସ୍ୟ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

No Result
View All Result