No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡରେ କଚେରୀ ପଡିଆ ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବାଙ୍କୀ ଉପଜିଲ୍ଲା ପାଳ ପ୍ରଣବ କୁମାର ବେହେରା ସକାଳ ୯ଘଣ୍ଟା ୧୫ମିନିଟ୍ ସମୟରେ କଚେରୀ ପଡିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି କହିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହୁର, ନେତାଜୀ ସୁବାଷ ଚନ୍ଦ୍ର ବୋଷ , ସର୍ଦ୍ଦାର ପଟେଲ, ମୌଲାନା ଆଜାଦ୍ , ଡ.ବିଆର ଆମ୍ବେଦକର, ଡ.ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣୀ ପଣ୍ଡି ଗୋପବନ୍ଧୁ ଦାଶ, ନବକୃଷ୍ଣ ଚୌଧୁରୀ, ଶହୀଦ୍ ଲକ୍ଷ୍ମଣ ନାୟକ, ବାଙ୍କୀ ରାଣୀ ଶୁକଦେଈ, ପଣ୍ଡିତ ଗୋବିନ୍ଦ ରଥ, ନୀଳମଣି ବିଦ୍ୟାରତ୍ନଙ୍କ ପରି ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶର ଶାନ୍ତି ,
ସୁରକ୍ଷା ଓ ସ୍ୱାଧୀନତା ପାଇଁ ଶହୀଦ୍ ହୋଇଥିବା ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କୁ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ବାଳକୃଷ୍ଣ କଅଁର ଓ ବାଙ୍କୀ ଥାନା ଅଧିକାରୀ ଦିଲ୍ଲୀପ୍ କୁମାର ମର୍ଦ୍ଦରାଜ ଭୂୟାଁଙ୍କ ନେତୃତ୍ୱରେ ପୋଲିସ୍ ପକ୍ଷରୁ ସଲାମୀ ପ୍ରଦର୍ଶିତ କରାଯାଇଥିଲା । ବାଙ୍କୀ ଉପଖଣ୍ଡ ସୂଚନା ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଆଡ୍ଭୋକେଟ୍ ଧର୍ମପ୍ରସାଦ ମଙ୍ଗରାଜ କାର୍ଯ୍ୟ ସଞ୍ଚାଳନ କରିଥିôଲେ । ମୁଖ୍ୟ ଅତିଥିô ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା ସକାଳ ୯ଟାରେ କଚେରୀ ପଡିଆ ଠାରେ ପହଞ୍ôଚଲା ପରେ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା , ଉପସଭାପତି ସମରେନ୍ଦ୍ର ମହାପାତ୍ର, କ୍ରୀଡା ସଂସଦ ସଂପାଦକ ଆଇନଜୀବୀ ସନ୍ତୋଷ କମୁାର ରଣା ତାଙ୍କୁ ଫୁଲତୋଡା ଓ ବ୍ୟାଚ୍ ପ୍ରଦାନ କରି ସଭା ମଣ୍ଡପକୁ ପାଛୋଟି ନେଇଥିଲେ ।
ସକାଳ ୪.୩୦ମିନିଟରୁ ୫.୩୦ମିନିଟ୍ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ବାଙ୍କୀ ଏନ୍.ଏ.ସି ଅଞ୍ଚଳରେ ରାମଧୂନ ପ୍ରଚାର କରାଯାଇଥିଲା । ସକାଳ ୭ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋବିନ୍ଦ ରଥ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ , ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ଶ୍ରୀ ବେହେରା ମାଲ୍ୟାର୍ପଣ କରିଥିଲେ । ଶେଷରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବନ୍ଧୁ ମିଳନର ଅୟୋଜନ କରାଯାଇଥିଲା ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରା ଉପଖଣ୍ଡ ଚିକିତ୍ସାଳୟ ଓ ଉପକାରାଗାରକୁ ଯାଇ ରୋଗୀ , ଅନ୍ତେବାସୀମାନଙ୍କୁ ମିଷ୍ଠାନ ଓ ଫଳ ବଣ୍ଟନ କରିଥିଲେ । ଅପରାହ୍ଣରେ ବାଙ୍କୀ କଚେରୀ ପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଓ ଫୁଟବଲ୍ ମ୍ୟାଚ୍ ବାଙ୍କୀ ଆଥେଲେଟି୍ ଆସୋସିଏସନ୍ ସଂପାଦକ ସନ୍ତୋଷ କୁମାର ରଣାଙ୍କ ତତ୍ୱାବଧାନରେ ଆନୁଷ୍ଠିତ ହୋଇଥିଲା । ବାଙ୍କୀ ବ୍ଲକ ବରପୁଟ ଗ୍ରାମ ପଂଚାୟତ ପଥୁରୀପଡା ଗ୍ରାମର ସୁଧାସୁଂ ମୋହନ ତ୍ରିପାଠୀଙ୍କୁ ଉତ୍ତମ ଚାଷୀ ଭାବେ ଉପଜିଲ୍ଲାପାଳ ଶ୍ରୀ ବେହେରା ସମ୍ମାନିତ କରିଥିଲେ ।

No Result
View All Result