No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବଗଲା ଧର୍ମଶାଳା ଗରିବ ତୀର୍ଥଯାତ୍ରୀ, ପାର୍ଯ୍ୟଟକ ପାଇଁ ସମର୍ପିତ ହୋଇ ନିର୍ମାଣ କରାଯାଇଥିଲା | ଗତ ସରକାର ସମୟରେ ୬ ଜଣ ଙ୍କୁ ଏହା ଆବଣ୍ଟନ ହେଇଥିଲା. | ଏହି ସମୟରେ ବିଜେପି ବିରୋଧ ଦଳ ରେ ଥିବାରୁ ଖୋଦ ସମ୍ବିତ ପାତ୍ର ଯେ କି ବର୍ତମାନ ର ସାଂସଦ ମାନ୍ୟବର ହାଇକୋର୍ଟ ରେ ମାମଲା ରୁଜୁ କରିଥିଲେ | ଏହା ପରେ ମାନ୍ୟବର କୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ. | ଏହି ମାମଲା ରେ ଖୋଦ ପ୍ରଭାତୀ ପରିଡା ଯେ କି ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି ବର୍ତମାନ ସମୟରେ ସେ ମଧ୍ୟ ଏହି ମାମଲା ରେ ଚୁପ ଅଛନ୍ତି |

ବର୍ତମାନ ବଗଲା ରେ ଜଣେ ସେବାୟତ ସେଠାରେ ନିର୍ମାଣ କାର୍ଯ୍ୟ କରୁଛନ୍ତି | ଆମ ଆଦମୀ ପାର୍ଟି ର ପ୍ରଶ୍ନ ଯେ ମାମଲା କୋର୍ଟ ରେ ବିଚାରଧୀନ ଥିବା ବେଳେ କେମିତି ଜଣେ ଅବମାନନା କରି ନିର୍ମାଣ କରୁଛି ଓ ତାକୁ ଜିଲ୍ଲା ପ୍ରଶାସନ ରୋକ କରୁନାହିଁ | ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ଏହା ର ନିର୍ମାଣ ଏପର୍ଯ୍ୟନ୍ତ ଚାଲିବା ଆଶ୍ଚର୍ଯ୍ୟ ଲାଗୁଛି | ସାଂସଦ ଓ ଉପ ମୁଖ୍ୟମନ୍ତ୍ରୀ ଏହି ମାମଲା ରେ ଚୁପ ରହିବାରୁ ଜଣା ପଡୁଛି | ଯେ ବିଜେପି ହାଇକୋର୍ଟ କୁ ବି ମାନୁନାହିଁ କୁହାଯାଉଛି |

ତେଣୁ ଆମ ଆଦମୀ ପାର୍ଟି ଚେତାବନୀ ଦେଉଛି ଯେ ଯଦି ପ୍ରଶାସନ ଓ ସରକାର ଏହି ନିର୍ମାଣ କୁ ବନ୍ଦ ନ କରନ୍ତି ତେବେ ଆମେ ଆଗାମୀ ଦିନରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ | ପୁରୀ ର ସୁରକ୍ଷା ଓ ଆଇନ ରକ୍ଷା ପାଇଁ ଆମେ ଜୀବନ ଦେବାକୁ ବି ପ୍ରସ୍ତୁତ ଅଛୁ | ଆମର ଯଦି କ୍ଷତି କିଛି ହୁଏ ତେବେ ପ୍ରଶାସନ ଓ ବିଜେପି ସରକାର ଉତ୍ତରଦାୟୀ ରହିବେ | ଆଜିର ଏହି ଦାବିପତ୍ର ଜିଲ୍ଲପାଳ ଙ୍କୁ ଦେବା ସମୟରେ ସଂଜୀବ ମହାନ୍ତି, ତପସ୍ୱିନୀ ଜଗଦେବ,ସନ୍ଧ୍ୟା ଦାସ, ସମିନା ନାୟକ, ରମାକାନ୍ତ ସ୍ୱାଇଁ, ରବୀନ୍ଦ୍ର ସାହୁ, ଦେବ ପ୍ରଧାନ, ଅନିଲ ସେନାପତି, ଜନ୍ମେଜୟ ସ୍ୱାଇଁ, ଯୁଧିଷ୍ଠିର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ |

No Result
View All Result