No Result
View All Result
ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) :- ମହାରାଷ୍ଟ୍ର ରାଜ୍ୟର ପୁନେ ଜିଲ୍ଲା ଭୋଷରୀ ଠାରେ ଦୀର୍ଘ ଆଠବର୍ଷ ଧରି ନୀଳାଚଳ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ମହେଶ ଦାଦା ସ୍ପୋର୍ଟସ ଫାଉଣ୍ଡେସନ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଛି ।
ଏଥିରେ ମା ମାହେଶ୍ଵରୀ ସଙ୍କୀର୍ତ୍ତନ ମଣ୍ଡଳୀର ଗାୟିକା ନୀକିତା ସରିତା ବେହେରା ଯୋଗ ଦେଇ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ସଭ୍ୟ ସଞ୍ଜୟ ପରିଡ଼ା, ଗୋବର୍ଦ୍ଧନ ନାୟକ ପରଦେଶୀ ସାହୁ, ତପନ ରାଉତ, ଗରୁଡ଼ ଦାସ, ଶ୍ରୀନିବାସ ପ୍ରଧାନ, ଦିଲିପ ସ୍ୱାଇଁ, ରିପନ ଦାସ ଓ ଅନିଲ ସାଏ ପରିଚାଳନା କରିଥିଲେ ।

No Result
View All Result