No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ସଂସ୍କୃତ ସପ୍ତାହ” ପାଳିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ସଂସ୍କୃତ ଶ୍ଳୋକ ପାଠ ,ସୁଭାଷିତ ପାଠ, ସଂସ୍କୃତ ଗୀତ, ସଂସ୍କୃତ ଗଳ୍ପ, ସଂସ୍କୃତ ସମ୍ଭାଷଣ,ସରଳ ସଂସ୍କୃତ ଅନୁବାଦ, ସଂସ୍କୃତ ନାଟକ ପରିବେଷଣ ଆଦି ପ୍ରତିଯୋଗିତାରେ ଉଲ୍ଲାସ ପୂର୍ବକ ଅଂଶଗ୍ରହଣ କରି ନିଜର ବିଶେଷ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟ ର ଅନତି ଦୂରରେ ଥିବା ଗ୍ରାମାଞ୍ଚଳ ଗୁଡିକ ରେ ସଂସ୍କୃତ ଶୋଭାଯାତ୍ରା କରାଯାଇଥିଲା।
ତତ୍ସଂଗେ ବିଦ୍ୟାଳୟର “ସଂସ୍କୃତ ସପ୍ତାହ- ଉପଲକ୍ଷେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୌରୀ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବତନ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଲଳିତ ମୋହନ ନନ୍ଦ ଯୋଗ ଦେଇ ସଂସ୍କୃତ ଭାଷାର ମହତ୍ତ୍ୱକୁ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ସଂସ୍କୃତ ସପ୍ତାହର ମହତ୍ତ୍ୱ କୁ ଅବଗତ କରାଇଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ସଂସ୍କୃତ ଭାଷାର ନୀତିବାଣୀ,
ସୁଭାଷିତ ଆଦିର ମାନବୀୟ ମୂଲ୍ୟବୋଧକୁ ପ୍ରାଞ୍ଜଳ ଭାବେ କହିଥିଲେ।ବିଦ୍ୟାଳୟର କାର୍ଯ୍ୟରତ ସଂସ୍କୃତ ଶିକ୍ଷକ ଶ୍ରୀ ଅଧର ବେହେରା ମଞ୍ଚ ସଞ୍ଚାଳନ ଦାୟିତ୍ବ ତୁଲାଇବା ସହ ସଂସ୍କୃତ ସପ୍ତାହ ର ଇତିହାସ କୁ ବିଦ୍ଧିବଦ୍ଧ ଭାବେ ଛାତ୍ର ଛାତ୍ରୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ରାଣୀ ତୁଳ, ଶିକ୍ଷୟିତ୍ରୀ ଶ୍ରୀମତୀ ଚେତ୍ମୀତା ଚୌଧୁରୀ, ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜିତା କୁମାରୀ ସାହୁ, ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ମଲ୍ଲିଜ, ଅଧ୍ୟାପକ ଶ୍ରୀ ବିକ୍ରମ ଟାକ୍ରି , ଅଧ୍ୟାପକ ଶ୍ରୀ ଅମ୍ରୁଜ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ଉତ୍ସାହ, ଆଗହକୁ ବୃଦ୍ଧି କରିଥିଲେ।ଅନ୍ତିମ ବେଳାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ନାନାଜୀ ମାଣ୍ଡାଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result