No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗୁଆପୁର ଗ୍ରାମପଞ୍ଚାୟତର ଗୁଆପୁର ସାତବିଶ୍ୱା ଦଳିତ ସାହିର କୁନିଆ ଭୋଇଙ୍କ ପୁତ୍ର ବିଚିତ୍ରାନନ୍ଦ ଭୋଇ ( ୪୫), କାନ୍ଦୁ ଏବଂ ତାଙ୍କର ସ୍ତ୍ରୀ ସବିତା ଭୋଇ (୪୦) ଦୁହେଁ ତାଙ୍କର ଗ୍ରାମ ନିକଟସ୍ଥ ବିଲକୁ କାମ କରିବାକୁ ଗତ କାଲି ସକାଳେ ଯାଇଥିବାବେଳେ ବିଲରେ ହଠାତ୍ ବର୍ଷା ସାଙ୍ଗକୁ ଖୁବ୍ ଯୋରରେ ବଜ୍ରପାତ ଘଟିଥିଲା, ଏହି ବଜ୍ରପାତରେ ବିଚିତ୍ରାନନ୍ଦ ସଂଜ୍ଞାହିନ ହୋଇଥିଲା , ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।
ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ବଜ୍ରପାତରେ ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସହ ଶରୀରର ଅଧିକାଂଶ ପୋଡିଯାଇଥିଲା । ସେହିପରି ମୃତ ବିଚିତ୍ରାନନ୍ଦଙ୍କର ସ୍ତ୍ରୀ ସବିତା ଭୋଇଙ୍କର ମଧ୍ଯ ଏହି ବଜ୍ରପାତରେ କାନମୁଣ୍ଡା, ହାତ, କାନ୍ଧ, ସମେତ ଶରୀର ବିଭିନ୍ନ ସ୍ଥାନ ସିଜି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ ।
ସେ ଟିକେ ସୁସ୍ଥ ହୋଇଥିଲେ ମଧ୍ୟ ବିଶେଷ କଥା କହିପାରୁ ନାହାଁନ୍ତି, ସେ ଏବେ ଅକାମୀ ହୋଇ ପଡିଛନ୍ତି । ମୃତ ବିଚିତ୍ରାନନ୍ଦଙ୍କ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛଦ ପରେ ନିଜ ଗାଁ ଗୁଆପୁରକୁ ଅଣାଯାଇ ନିଜ ସ୍ମଶାନରେ ସବଦାହ କରାଯାଇଥିଲା । ଏହି ବଜ୍ରପାତରେ ଅକାଳରେ ମୃତ୍ୟୁ ବରଣ କରିଥିବା ବିଚିତ୍ରାନନ୍ଦର ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ବିଚିତ୍ରାନନ୍ଦଙ୍କର ଗୋଟିଏ ଝିଅ, ପୁଅ ସମେତ ବୃଦ୍ଧ ବାପା , ମା ରହିଛନ୍ତି, । ଏହି ବଜ୍ରପାତରେ ସ୍ତ୍ରୀ ସବିତା ଭୋଇଙ୍କର ଶରୀର ଏବେ ଅକାମୀ ହୋଇ ପଡିଛି । ତାଙ୍କ ପରିବାର ଗରୀବ ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ମହଲରୁ ନିବେଦନ କରାଯାଇଛି ।

No Result
View All Result