No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶନିବାର ପୂର୍ବାହ୍ନରେ ଜଣେ ବ୍ଯକ୍ତି ବେହେରଣ ଦ୍ୱାର ବାଟ ଦେଇ ବଡଦେଉଳ ଉପରକୁ ଚଢୁଥିବା ସମୟରେ ପୋଲିସ ତାକୁ କାବୁ କରିଥିଲା । ୫ ଫୁଟ ଚଢିବା ପରେ ତାଙ୍କୁ ଜେଟିପି ଓ ସେବାୟତ ଦେଖି ଧରିଥିଲେ ।
ଉକ୍ତ ବ୍ଯକ୍ତିଙ୍କ ଘର ରାଞ୍ଚି ହୋଇଥିବା ଜଣାପଡିଛି । ସେ ମାନସିକ ଅନଗ୍ରସର ଥିବା କୁହାଯାଉଛି । ପୋଲିସ ତାକୁ ସିଂହଦ୍ଵାର ଥାନାକୁ ନେଇ ପଚରାଉଚରା କରିଥିଲା । ସେ ମନ୍ଦିର ଉପରକୁ କାହିଁକି ଚଢୁଥିଲା, କଣ ପାଇଁ ଚଢୁଥିଲା, କେଉଁ ଉଦ୍ଦେଶ୍ୟରେ ଚଢୁଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ କରୁଛି ।

No Result
View All Result