No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଧା କୃଷ୍ଣ ସେବା ସଂସ୍ଥା ଓକନ୍ଧନୟାଗଡ଼ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପଞ୍ଚ ଦଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆଧ୍ୟାତ୍ମିକ ରୀତି ନୀତି ମଧ୍ୟରେ ପାଳିତ ହୋଇଯାଇଛି l
ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମର ଉତ୍ସାହୀ ଯୁବ କଳାକାରମାନଙ୍କୁ ପାରମ୍ପରିକ ରାଧାକୃଷ୍ଣ ବଳରାମ ଓ ଅନ୍ୟାନ୍ୟ ଭୂମିକାର ବେଶ ପୋଷାକରେ ସଜ୍ଜିତ କରାଇ ଏକ ଶୋଭାଯାତ୍ରାରେ ଗ୍ରାମର ବିଭିର୍ଣ୍ଣ ସାହିବସ୍ତି ପରିକ୍ରମା କରାଯାଇଛି l ଏହି ପଟୁଆରରେ ବାଘ ଭାଲୁ, ମୟୁର, ହରିଣ,
ପରି, ଘୋଡା, ଷଣ୍ଢ, ରାଜାରାଣୀ ଙ୍କୁ ପ୍ରଦର୍ଶିତ କରାଯାଇ ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ ବେଶ ଉପଭୋଗ୍ୟ ହୋଇଥିଲା l ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି ଅରୁଣ କୁମାର ସୁବୁଦ୍ଧି, ଲଷ୍ମୀଧର ବେହେରା, ଜମ୍ବେଶ୍ୱର ଖମାରି, ନବଘନ ବେହେରା, ଦିଲ୍ଲୀପ କୁମାର ବେହେରା, ବିଜୟ ବେହେରା, ଶଙ୍କର୍ଷଣ ସାହୁ ଦୁର୍ଯ୍ୟୋଧନ ସାହୁ,ଆଲୋକ କୁମାର ବେହେରା,
ହରିହର ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ନୟାଗଡ଼ ଜ଼ିଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ସମାଜ ସେବୀ ବିଭୁ ପ୍ରସାଦ ମିଶ୍ର ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ରହି ଉତ୍ସବ ଆୟୋଜନ କାରୀମାନଙ୍କୁ ଉତ୍ସାହିତ କରିଥିଲେ. ପରିଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତକରାଯାଇଥିଲା l

No Result
View All Result