No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ସ୍ଥିତ ଉଦିତ ପ୍ରତାପ ସିଂ ହାଇସ୍କୁଲରେ ସ୍ବର୍ଗତ ଉଦିତ ପ୍ରତାପ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି I ଶୁକ୍ରବାର ପୂର୍ବାହ୍ନରେ ସ୍କୁଲ ପରିସରରେ ରେଢ଼ାଖୋଲ ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ । ଏହି ଅବସରରେ କଳାଶିକ୍ଷକ କୃଷ୍ଣସୁଦାମ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସମାରୋହରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ସମ୍ମାନିତ ଅତିଥି ଭାବେ ସ୍ବର୍ଗତ ଉଦିତ ପ୍ରତାପ ସିଂଙ୍କ ପୁଅ ବ୍ରଜବିହାରୀ ସିଂ,
କବି ଲକ୍ଷ୍ମୀନାରାୟଣ ପଣ୍ଡା,ଜିଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା, ଛାମୁଣ୍ଡା ସରପଞ୍ଚ ବନିତା ଭୋଇ ଓ ସମିତି ସଭ୍ୟ ଡେଭିଡ ବୋଦ୍ରା, ଜୁଜୁମୁରା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଦେବଜୀ ସାହୁ ମଞ୍ଚାସୀନ ଥିଲେ। ଶିକ୍ଷୟତ୍ରୀ ନୀଳିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଯୁଯୋମୂରା ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡା, ବାହାମ ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, କାଳିନ୍ଦୀ ସିଂହ,
ଭରତ ଠେଲା, ସ୍ବର୍ଗତ ଉଦିତ ପ୍ରତାପ ସିଂଙ୍କ ପରିବାରର ରଘୁନାଥ ସିଂ, ଜଗନ୍ନାଥ ସିଂହଦେଓ, କୁନ୍ତଳିନୀ ସାମନ୍ତ, ହିରେନ୍ଦ୍ର ସିଂହଦେଓ, ଶରତ ସିଂହଦେଓ ଓ ଶିଲୁ ସିଂହଦେଓଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଟାମ୍ପରଗଡର ପୂର୍ବତନ ଜମିଦାର ସ୍ବର୍ଗତ ଉଦିତ ପ୍ରତାପ ସିଂଙ୍କ ନାମରେ ୧୯୮୩ ମସିହାରେ ଛାମୁଣ୍ଡା ହାଇସ୍କୁଲ ସ୍ଥାପିତ ହୋଇଥିବା ବେଳେ ୧୯୯୪ ମସିହାରୁ ସରକାରୀ ଅନୁଦାନ ପ୍ରାପ୍ତ ହୋଇଛି ।

No Result
View All Result