No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଘପାଳ ପଞ୍ଚାୟତରେ ଅଭିନବ ଭାବରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ପୂର୍ବ ବର୍ଷପରି ଚଳିତ ବର୍ଷ ମଧ୍ୟ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ସ୍କୁଲ ବ୍ୟାଗ, ପାଣିବୋତଲ ଓ ଟିଫିନ ବାକ୍ସ ଭଳି ଉପହାର ଦେଇ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରାଯିବା ସହିତ ପଞ୍ଚାୟତ ପରିସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ପଞ୍ଚାୟତ ଆଉ ଏକ ଆଦର୍ଶ ସୃଷ୍ଟି କରିଛି ।
ଆୟୋଜିତ ଉତ୍ସବରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ପ୍ରତିମୂର୍ତ୍ତି ଲୋକାର୍ପିତ କରିଥିବା ବେଳେ ପ୍ରାଥମିକ ଶ୍ରେଣୀରେ ପ୍ରବେଶ କରିଥିବା ପଞ୍ଚାୟତର ସମସ୍ତ ଶିକ୍ଷାର୍ଥୀଙ୍କୁ ଉପହାର ପ୍ରଦାନ କରିଥିଲେ ।
ସରପଞ୍ଚ ମମତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମିତିସଭ୍ୟା ଲିଳିମା ଧରୁଆ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବାହାମ ସମିତିସଭ୍ୟ ପ୍ରଫୁଲ୍ଲ ମଗର ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଶିକ୍ଷାର୍ଥୀ ମାନଙ୍କ ଗହଣରେ ସରପଞ୍ଚ ଶ୍ରୀମତୀ ପ୍ରଧାନ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

No Result
View All Result