No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ୭୯ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସରେ ରଣପୁର ମାଟିର ଶିଶୁ ପ୍ରତିଭା ଶୁଭ୍ରାଂଶୁ ମହାପାତ୍ର ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲଙ୍କ ଦ୍ବାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ୩ୟ ଶ୍ରେଣୀରେ ଅଧ୍ୟୟନରତ ଶୁଭ୍ରାଂଶୁ କନିଷ୍ଠ ବର୍ଗରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ସାରା ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରଣପୁରକୁ ଗୌରବାନ୍ୱିତ କରିଛନ୍ତି ।
ଉକ୍ତ କୁନି ପ୍ରତିଭା ଶୁଭ୍ରାଂଶୁ ରଣପୁର ସହରର ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସ୍ଵର୍ଗତ ତ୍ରିନାଥ ମହାପାତ୍ରଙ୍କ ନାତି ତଥା ଓଡିଶା ସଙ୍ଗୀତ ଆକାଶର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର(ବୁଢ଼ା ଭାଇନା) ଓ ଶିକ୍ଷୟିତ୍ରୀ ସୁଜାତା ନନ୍ଦଙ୍କ ସୁପୁତ୍ର ଅଟନ୍ତି ।
ଅଳ୍ପ ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ ରୂପେ ନିଜକୁ ପ୍ରତିଷ୍ଠିତ କରାଇଥିବାରୁ ରଣପୁର ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଅନେକ ପ୍ରଂଶସା କରିବା ସହ ଆଗକୁ ସଫଳତା ହାସଲ କରିବାର ପ୍ରେରଣା ପ୍ରଦାନ କରିଛନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କୁନି ପ୍ରତିଭା ଶୁଭ୍ରାଂଶୁଙ୍କ ଜୀବନରେ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

No Result
View All Result