କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ୭୯ ତମ ସ୍ବାଧିନତା ଦିବସ ସମଗ୍ର ଭାରତବର୍ଷରେ ପାଳିତ ହେଉଥିବା ବେଳେ ଆଜି କଟକର ରେଭେନ୍ସା କଲେଜ , କଟକ ବଡ ମେଡିକାଲ, ହାଇକୋର୍ଟ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ସ୍କୁଲ,କଲେଜ ସମେତ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ ଏହି ଉତ୍ସବ କଟକର ବେଲଭ୍ଯୁ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ପରିସରରେ ବାହିନୀର ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜାତୀୟ ପତାକା ଉତ୍ତୋଳନ ସହ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଏଵଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତୀ ବ୍ୟକ୍ତି ମାନଙ୍କୁ ବିଭିନ୍ନ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି କଣ୍ଟାପଡ଼ା ବ୍ଲକର ବଡବିଲର “ଆମ ଅଧିକାର” ସଂଗଠନର ଉପସଭାପତି ଭବାନୀଶଙ୍କର ସାମନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସଂପାଦକ ପ୍ରମୋଦ ନାୟକ, ପ୍ରଦୋଷ କୁମାର ବେହେରା, ସୁକାନ୍ତ ବେହେରା, କମଳାକାନ୍ତ ମଲ୍ଲିକ, କୁନା ରାଉତରାୟ, ପ୍ରଦୀପ କୁମାର ମହାନ୍ତି, ପ୍ରମୁଖ ଯୋଗ ଦେଇ ସ୍ବାଧିନତା ପାଇଁ ବଳିଦାନ ଦେଇଥିବା କ୍ରାନ୍ତିକାରୀ ଅମର ବୀରମାନଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ସେହିପରି ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନର ସଂପାଦକ ସୁରେନ୍ଦ୍ର ନାଥ ସାହୁ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀମାନଙ୍କୁ ଭାରତର ଜାତୀୟତା,ସାର୍ବଭୌମତ୍ତ୍ଵ ,

ଏବଂ ଅଖଣ୍ଡତା ପ୍ରସଙ୍ଗ ଉପରେ ବୁଝାଇଥିଲା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ। ଶୈଳବାଳା ମେକାପ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଟକର ବିଡାନାସୀ ସ୍ଥିତ ବାଇମୁଣ୍ଡି ବରିଷ୍ଠ ନାଗରିକ ସଙ୍ଗ କାର୍ଯ୍ୟାଳୟରେ ସଭାପତି ବସନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୭୯ ତମ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ କ୍ରୀଷ୍ଟ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସିଦ୍ଧାର୍ଥ ସାହୁ, ସଂପାଦକ ଗଙ୍ଗାଧର ବେହେରା,ଉପସଭାପତି ଶ୍ରୀ ନିବାସ ଚନ୍ଦ୍ର ମିଶ୍ର, ସଙ୍ଗଠନ ସଂପାଦକ ବସନ୍ତ କୁମାର ସାହୁ, ଯୁଗ୍ମ ସମ୍ପାଦକ ବିକ୍ରମ କୁମାର ଲେଙ୍କା,

କୋଷାଧ୍ୟକ୍ଷ ଅଭୟ କୁମାର ସେଠୀ, ଜ୍ୟୋତିଭୂଷଣ ଦାସ, କୃଷ୍ଣ ଚନ୍ଦ୍ର ବଳ , ରଞ୍ଜିତ କୁମାର ସ୍ବାଇଁ, ବିଜୟ କୁମାର ସାମନ୍ତରାୟ, ପବିତ୍ର ମୋହନ ସିଂ ସାମନ୍ତ, ସାମନ୍ତରାୟ ନିରଞ୍ଜନ ପାତ୍ର, ବସନ୍ତ କୁମାର ସାହୁ, ସୋମନାଥ ରାଉତ ପ୍ରମୁଖ ଯୋଗ ଦେଇ ବୀର ଶହୀଦମାନଙ୍କର ସ୍ମୃତିଚାରଣ କରିଥିଲେ । ବନ୍ଦେ ଉତ୍କଳ ମହାସଂଘ ,ନିଆଳିର ବଶିଷ୍ଠ ନାଗରିକ ମଞ୍ଚ,ସମେତ ନିଆଳି ଆଞ୍ଚଳିକ ମହାଭୋଇ ସଂଘ, ନିଆଳି ତହସିଲ, ବ୍ଲକ , କୋର୍ଟ ପ୍ରଭୃତି ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ୭୯ ତମ ସ୍ବାଧିନତା ଦିବସ ଅନୁଷ୍ଠିତ ହୋଇଯାଇଛି ।
















