No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକସଦର ଥାନା ଅନ୍ତର୍ଗତ ଆମଣ ପଞ୍ଚାୟତର ବାଗଧରାପୁର ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରେ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ବ୍ରତ ଓ ନନ୍ଦ ଉତ୍ସବ ଦୁଇ ଦିନଧରି ମହାସମାରୋହରେ ପାଳିତ ହୋଇଛି । ବାଗଧରାପୁର ଗ୍ରାମରେ ୯୫ ଭାଗ ଯାଦବ ବଂଶଧର ପରିବାର ବସବାସ କରନ୍ତି । ଏଣୁ ଗ୍ରମରେ ଥିବା ରାଧାକୃଷ୍ଣ ମନ୍ଦିରେ ବିଶେଷ କରି ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ, ଦୋଳପର୍ବ ଧୁମଧାମରେ ପାଳନ କରାଯାଏ । ଗତକାଲି ଜନ୍ମାଷ୍ଟମୀ ଥିବାରୁ ଏହି ମନ୍ଦିର ରେ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଭୋରୁ ମନ୍ଦିର ଦ୍ଵାର ଫିଟାଯାଇ ଠାକୁରଙ୍କୁ ସ୍ନାନ କରାଯାଇ ପୂଜା ନିଶିକାନ୍ତି କରାଯାଇଥିଲା ।

ପରେପରେ ଜନ୍ମାଷ୍ଟମୀ ବ୍ରତ ରଖିଥିବା ଶ୍ରଦ୍ଧାଳୁମାନେ ରାଧାକୃଷ୍ଣ ମନ୍ଦିରକୁ ଆସି ଦୀପ ଜାଳି ଦର୍ଶନ କରିବା ସହିତ ଭୋଗରାଗ କରିଥିଲେ। ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବାଗଧରାପୁ ଗ୍ରାମ ବାସୀ ଏବଂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତଙ୍କୁ ଚୁଡାଘଷା, ଖୀରି ଭୋଗ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ରହିଥିଲା । ଶାନ୍ତି ଶୃଙ୍ଖଳାରେ ସହିତ ଶ୍ରଦ୍ଧାଳୁମାନେ ଯେଭଳି ରାଧାକୃଷ୍ଣଙ୍କୁ ଭଲରେ ଦର୍ଶନ କରି ପାରିବେ ସେନେଇ ବ୍ୟବସ୍ଥା କରାଯାଇଥିଲା ।

ବାଗଧରାପୁର, ମୁଗଭଙ୍ଗା,ଶାସୋଳ,ଖୁନୁକାର, ଜନ୍ମେଜୟପୁର, ଆମଣ,, ବମ୍ଫକୁଦ, କାଚରାମାଳ, ଆଦି ଗ୍ରାମର ଶ୍ରଦ୍ଧାଳୁମାନେ ଆସି ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହିତ ଭୋଗ କରିଥିଲେ । ବାଗଧରାପୁର ଗ୍ରାମ୍ୟ କମିଟିର ସଭାପତି ବିଶ୍ଵନାଥ ଦାଶ, ସଂପାଦକ ରଣଜିତ୍ ବେହେରା, ଉପେନ୍ଦ୍ର ବେହେରା, ସରୋଜ ବେହେରା, ମଳୟ କୁମାର ବେହେରା, ରିତେଶ ଗୋପାଳ, ପ୍ରମୁଖ ଗ୍ରାମର ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଆଜି ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ସହିତ ମଧ୍ୟାହ୍ନରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯାଦବ ପିଲାମାନେ ଏକତ୍ରିତ ହୋଇ କିଏ ଦହି ହାଣ୍ଡି ଭାଙ୍ଗି ପାରିବ ସେ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ରାଧାକୃଷ୍ଣ ମନ୍ଦିର ପରିସରରେ ପ୍ରବଳ ଜନସମାଗମ ହୋଇଥିଲା ।

No Result
View All Result