କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ରାହ୍ମଣ ମହାସଭା କଟକ ଜିଲ୍ଲା ପକ୍ଷରୁ ଫକିରପଡା ସ୍ଥିତ କ୍ଷେତ୍ରବାସି ଆଇଟିଆଇ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ବୈକୁଣ୍ଠ ନାଥ ଆଚାର୍ଯ୍ୟ ଙ୍କ ପ୍ରତ୍ୟେକ ତଥ୍ୟାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଟିଆଇର ଅଧ୍ୟକ୍ଷ ରାମ ଚନ୍ଦ୍ର ପ୍ରଧାନୀ, ଚେୟାରମେନ ମାନସ ଚନ୍ଦ୍ର ପ୍ରଧାନି, ବ୍ରାହ୍ମଣ ମହାସଭା କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ମୂରଲୀଧର ହୋତା, ଉପସଭାପତି ସୁବାସ ଚନ୍ଦ୍ର ଶତପଥୀ, ସାଧାରଣ ସଂପାଦକ ନରସିଂହ ମହାପାତ୍ର,

ସଙ୍ଗଠନ ସଂପାଦକ ନିବାସ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଂପାଦକ ବିମ୍ବାଧର ଶତପଥୀ, ଆଶିଷ କୁମାର ପତି, ଶଶିଶେଖର ଦାଶ, ମିହିର ରଞ୍ଜନ କର, ଶକ୍ତିବାହିନୀର ପ୍ରେମଲତା ଆଚାର୍ଯ୍ୟ, ଯୁବ ବାହିନୀ ସଭାପତି ହିମାଂଶୁ ଷଡ଼ଙ୍ଗୀ, ଉପସଭାପତି ଦେବାଶିଷ ଦାଶ, ସୁଦର୍ଶନ ଦାଶ, ଦିନକୃଷ୍ଣ ଦାଶ,ଉପଦେଷ୍ଟା ଯଦୁନାଥ ଦାସ ମହାପାତ୍ର, ଇଂଜିନିୟର ପ୍ରମୋଦ କୁମାର ମିଶ୍ର, ସୂଜିତାଭ ଶତପଥୀ, ମାଧବ ମିଶ୍ର, ବିଧୁଭୂଷଣ ଦାଶ, ବିରେନ୍ଦ୍ର ନନ୍ଦ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶେଷରେ ସଂପାଦକ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














