• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରନ୍ଦର ମିଶ୍ରଙ୍କର ‘ସିନ୍ଦୂର ପାର୍କ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
August 15, 2025
in ଓଡ଼ିଶା, ଦେଶ, ହୋମ୍
0
ପୁରନ୍ଦର ମିଶ୍ରଙ୍କର ‘ସିନ୍ଦୂର ପାର୍କ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
Share on FacebookShare on TwitterWhatsapp

ରାୟପୁର/ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାୟପୁର ନଗରୀ ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ଦ୍ୱାରା ସ୍ଥାପିତ ସିନ୍ଦୂର ପାର୍କ, ଗୋଲଡେନ୍ ବୁକ ଅଫ ୱାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଥିବା ଜଣାଯାଇଛି। ମହାସମୁନ୍ଦ ଅନ୍ତର୍ଗତ ବସନା ବ୍ଲକର ଦୁର୍ଗାପାଲି ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଅବସ୍ଥିତ ଏହି ସୁନ୍ଦର ଓ ସୁରମ୍ୟ ପାର୍କକୁ ନିକଟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉଦଘାଟନ କରିଛନ୍ତି ।

ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ, ପ୍ରଧାନ କର୍ତ୍ତା ପୁରନ୍ଦର ମିଶ୍ର ଏବଂ ଅନ୍ୟାନ୍ୟ ଅତିଥିମାନେ ଏଠାରେ ମା’ଙ୍କ ନାମରେ ଗଛଟିଏ ଅଭିଯାନ ଅନ୍ତର୍ଗତ ଦୁଇଶହ ଏକାବନଟି ସିନ୍ଦୂର ଚାରା ରୋପଣ କରିଥିଲେ। ଶ୍ରୀ ମିଶ୍ରଙ୍କର ପୈତୃକ ଗ୍ରାମ ଦୁର୍ଗାପାଲିଠାରେ ୨୨୫ ଡିସିମିଲ ଜମି ଉପରେ ପହଲଗାମର ଶହୀଦ ଏବଂ ଅପରେସନ ସିନ୍ଦୂରର ସ୍ମୃତି ଉଦ୍ଦେଶ୍ୟରେ ଏହି ପାର୍କ ନିର୍ମାଣ କରାଯାଇଛି।

ଶ୍ରୀ ମିଶ୍ର ପାର୍କ ପରିମିତ ଜମିକୁ କ୍ରୟ କରି ବିଦ୍ୟାଳୟ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ଆଗାମୀ ଦିନରେ ଏହି ପାର୍କରେ ଆହୁରି ୨୫୦ ଟି ସିନ୍ଦୂର ଚାରା ରୋପଣ କରାଯାଇ ଏଠାକାର ବୃକ୍ଷର ସଂଖ୍ୟାକୁ ୫୦୧ କୁ ବୃଦ୍ଧି କରାଯିବାର ଯୋଜନା ରହିଥିବା ଜଣାଯାଇଛି । ଏହି ପାର୍କ, ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ଓ ଭବିଷ୍ୟତ ପୀଢ଼ିକୁ ଦେଶପ୍ରେମରେ ଉଦବୁଦ୍ଧ ହେବା ସହିତ ରାଷ୍ଟ୍ର ପ୍ରତି ସମର୍ପଣ ଭାବ ଜାଗ୍ରତ କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି ସମାବେଶକୁ ସମ୍ବୋଧନ କରି ଆୟୋଜନର ମୁଖ୍ୟ ପୁରୋଧା ପୁରନ୍ଦର ମିଶ୍ର ପ୍ରକାଶ କରିଛନ୍ତି।

ଏଠାକାର ପ୍ରତ୍ୟେକ ବୃକ୍ଷ ମା’ମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ହେବ ବୋଲି ଶ୍ରୀ ମିଶ୍ର ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ତାଙ୍କର ଭାଷଣରେ ଏହା କେବଳ ଏକ ସାମାନ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନୁହେଁ ବରଂ ମାତୃତ୍ୱ ପ୍ରତି ମମତା, ବଳିଦାନର ସ୍ମରଣ ଏବଂ ପରିବେଶ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ଉତ୍ସର୍ଗୀକୃତ ପ୍ରୟାସ ବୋଲି ସୂଚାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପହଲଗାମ ଆକ୍ରମଣରେ ଶହୀଦ ହୋଇଥିବା ଦିନେଶ ନିରାନିଆଙ୍କ ପତ୍ନୀ ନେହା ଅଗ୍ରୱାଲ ଏବଂ ପୁତ୍ର ସୂର୍ଯ୍ୟ ଅଗ୍ରୱାଲଙ୍କୁ ସମ୍ମାନିତ କରିଥିଲେ ।

ଶ୍ରୀ ସାଏ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟକୁ ପୁରନ୍ଦର ମିଶ୍ରଙ୍କର ଜେଜେବାପାଙ୍କର ସ୍ମୃତିକୁ ସମ୍ମାନ ଜଣାଇ ପଣ୍ଡିତ ତ୍ରିଲୋଚନ ପ୍ରସାଦ ମିଶ୍ରଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଛତିଶଗଡ଼ର ରାଜସ୍ଵ ମନ୍ତ୍ରୀ ଟଙ୍କ ରାମ ବର୍ମା, ରାଜ୍ଯ ଭାଜପା ସଭାପତି କିରଣ ସିଂହଦେଓ, ସଙ୍ଗଠନ ମହାମନ୍ତ୍ରୀ ଅଜୟ ଜାମୱାଲ, ବିଧାୟକ ସମ୍ପତ ଅଗ୍ରୱାଲ,

ବିଧାୟିକା ଚାତୁରୀ ନନ୍ଦ, ରାୟପୁର ନଗର ନିଗମର ମେୟର ମୀନାଲ ଚୌବେ, ରାଜ୍ଯ ବିହନ ନିଗମର ଅଧ୍ୟକ୍ଷ ଚନ୍ଦ୍ରହାସ ଚନ୍ଦ୍ରାକର ଏବଂ ମହିଳା ଆୟୋଗର ଅଧ୍ୟକ୍ଷା ସାରଲା କୋଶରିଆ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ପୁରନ୍ଦର ମିଶ୍ର ସମସ୍ତ ଅତିଥି ଅଭ୍ୟାଗତଙ୍କୁ ପାରମ୍ପରିକ ଢଙ୍ଗରେ ଧାନ ପାତ୍ର ଏବଂ ଛତିଶଗଡ଼ି ଓଡ଼ିଆ ବ୍ୟଞ୍ଜନ ଅର୍ପଣ କରି ସ୍ଵାଗତ ସମ୍ଭାଷଣ ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version