ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ମାସ ୮ତାରିଖ ଠାରୁ ଆରମ୍ଭ ହେଉଛି । ଘର ଘର ତ୍ରରଙ୍ଗା ଓ ଘରେ ଘରେ ସ୍ବଛତା ଅଭିଯାନ । ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ବ୍ଳକର ୧୭ଟି ପଞ୍ଚାୟତରେ ସମସ୍ତଙ୍କ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କର୍ମଚାରୀମାନେ ପ୍ରସ୍ତୃତି ଶେଷ କରିଛନ୍ତି । ସେମାନଙ୍କୁ ନିର୍ବାଚନ ଜନପ୍ରତିନିଧି ସହଯୋଗ କରୁଛନ୍ତି । ସମସ୍ତଙ୍କୁ ଯୋଗାଇ ଦିଆଯାଇଛି ।

ତ୍ରିରଙ୍ଗା ସେହିଭଳି, ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ସ୍ଥଳ ଗୁଡିକରେ ସ୍ବଛତା ବଜାୟ ରଖିବା ନିମନ୍ତେ ସଫେଇ କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଇଛି । ୧୫ ତାରିଖ ସୁଦ୍ଧା ଏହି ବ୍ଳକର ସମସ୍ତ ପଞ୍ଚାୟତ ସମେତ ସର୍ବସାଧାରଣ ସ୍ଥନକୁ ଆବର୍ଜନା ମୁକ୍ତ କରିବା ସକାଶେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି ।















