ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ସାମାନ୍ୟ ଘରୋଇ କଳି ଯୋଗୁଁ ଅନ୍ତିମ ପରିଣତିରେ ସ୍ତ୍ରୀକୁ ସ୍ୱାମୀ ଏକ ଧାରୁଆ କଟୁରୀରେ ହତ୍ୟା କରିଥିବା ସୂଚନା ମିଳିଛି । ଗଜପତି ଜିଲ୍ଲାର ମୋହନା ବ୍ଲକର କୁଙ୍କୁଣି ଗ୍ରାମରେ ଏହି ହତ୍ୟା ଘଟଣା ଗତକାଲି ରାତିରେ ଘଟିଥିବା ଖବର ମିଳିଛି । କୌଣସି କାରଣରୁ ସ୍ୱାମୀ -ସ୍ତ୍ରୀ ମଧରେ ଗତକାଲି ରାତ୍ରରେ ବଚସା ହୋଇଥିଲା । ଏଥିରେ ସ୍ୱାମୀ ଅନନ୍ତ ବାକସିଂ ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ସ୍ତ୍ରୀ ରେଶମା ବାକସିଂ ଧାରୁଆ କଟୁରୀରେ ଆକ୍ରମଣ କରିଥିଲା ।















