No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମସ୍ଥ ଆଦର୍ଶ ଯୁବପରିଷଦ ତରଫରୁ ଗ୍ରାମରେ ବୃକ୍ଷରୋପଣ ଓ ସବୁଜବନାନୀ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ନଗରପାଳ ଅକ୍ଷୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳିକା,
ସମାଜସେବୀ ଶ୍ରୀନିବାସ ବେହେରା, ଶଶିଭୂଷଣ ତ୍ରିପାଠୀ, ପ୍ରସନ୍ନ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ଅର୍ପିତ ସାମଲ, ପପୁ ରାଉତ ଓ ମହିଳା ମଣ୍ଡଳ ସମ୍ପାଦିକା ସୁନୀତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବଉଳ, ପିଜୁଳି , ଅଁଳା ପ୍ରଭୃତି ବୃକ୍ଷରୋପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ହରିରାଜପୁର ଗ୍ରାମର ଅର୍ଘ୍ୟରୂପା ସାମନ୍ତରାୟ ଓ ଚକାପଦାର ଯୋଗେନ୍ଦ୍ର ଦାସଙ୍କୁ ଅନୁଷ୍ଠାନ ତରଫରୁ ସବୁଜ ବନାନୀ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ସଭାପତି ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result