No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ଓଡ଼ିଶା ରାଜସ୍ୱ ଅମଲା ସଂଘ ଆହ୍ୱାନକ୍ରମେ ବାଙ୍କୀ ଉପଖଣ୍ଡରେ ଥିବା ସମସ୍ତ ରାଜସ୍ୱ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ ଦିନ ପାଇଁ ଆଜିଠାରୁ ସମୂହ ଛୁଟିରେ ଯାଇଛନ୍ତି । ସରକାରଙ୍କ ବୈମାତୃକ ମନୋଭାବରେ ଅସନ୍ତୋଷ ପ୍ରକାଶ କରି ୧୦ଗୋଟି ଦାବୀ ପୂରଣ ନିମନ୍ତେ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜ୍ୱସ ଅମଲାମାନଙ୍କ ମୂଳଦରମା ୨୦୧୭ ନିୟମ ଅନୁଯାୟୀ ଲେବେଲ ୯ ରେ ୩୫ହଜାର ୪ଶହ ଟଙ୍କାକୁ ବୃଦ୍ଧି, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅନୁଯାୟୀ ସମସ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପୁର୍ନଗଠନ କରାଯିବା,
ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ, ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିିହା ନିୟମକୁ ଲାଗୁ କରିବା ଓ ଯୋଗ୍ୟତା ଭିତ୍ତିରେ ମୃତ ସରକାରୀ କର୍ମଚାରୀ ପରିବାରକୁ ଯେକୌଣସି ଜଣଙ୍କୁ ନିଯୁକ୍ତି ଦେବା ।
ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲାମାନଙ୍କୁ ଶତପ୍ରତିଶ ପଦୋନ୍ନତି ଦେବା ନୂତନ ପେନ୍ସନ୍ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ୍ ପ୍ରଦାନ କରିବା ପ୍ରଭୃତି ଦାବୀ ରହିଛି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଟକ ଜିଲ୍ଲା ରାଜସ୍ୱ ଅମଲା ସଂଘ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ବାଙ୍କୀ ଉପଖଣ୍ଡ ଅମଲା ସଂଘର ସଭ୍ୟ ପାଠଣୀ ବାରିକ ଓ ସମସ୍ତ ରାଜସ୍ୱ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

No Result
View All Result