ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ବୁଧବାର) ନୟାଗଡ଼ :– ନୟାଗଡ଼ ଜିଲ୍ଲାର ୯ଟି ଥାନା ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ବଦଳି କରିଥିବା ଜଣାଯାଇଛି । ଡିଓ ନଂ ୧୦୯୭ ଅନୁଯାୟୀ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କର ନୂଆଗାଁ ଥାନାକୁ ବଦଳି ହୋଇଥିବା ବେଳେ ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କର ଇନିପେକ୍ଟର ଆୟୁସିଏଏବ୍ଲ୍ୟୁ ଭାବେ ବଦଳି କରାଯାଇଛି । ସେହିଭଳି ଭାବେ ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାତତରାୟଙ୍କର ଖଣ୍ଡପଡ଼ା ଥାନାକୁ ବଦଳି ହୋଇଥିବା ବେଳେ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ମଲ୍ଲିକଙ୍କର ଶରଣକୂଳ ଥାନାକୁ ବଦଳି ହୋଇଛି ।
ସେହିଭଳି ଭାବେ ଶରଣକୂଳ ଥାନା ଅଧିକାରୀ କିରଣ ହେମ୍ରମଙ୍କୁ ଦଶପଲ୍ଲା ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ଜଣାଯାଇଛି । ନିକଟରେ ଚାନ୍ଦପୁର ଥାନା ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିପ୍ରକାଶ ପଣ୍ଡାଙ୍କର ରଣପୁର ଥାନାକୁ ବଦଳି କରାଯାଇଥିବା ବେଳେ ରଣପୁର ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ଜଣାପଡ଼ିଛି । ଶ୍ରେଷ୍ଠ ଏସ୍ଆଇ ଭାବେ ପୁରସ୍କୃତ ହୋଇଥିବା ଗଣିଆ ଥାନା ଅଧିକାରୀଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଥିବା ବେଳେ କଣ୍ଟିଲୋ ପାଣ୍ଡି ଜେ.ପି ପରିଡ଼ାଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି । କଣ୍ଟିଲୋ ଫାଣ୍ଡିରେ ବର୍ତ୍ତମାନ ପାଇଁ କାହାରିକୁ ଦାୟିତ୍ୱ ଦିଆଯାଇନଥିବା ଜଣାଯାଇଛି ।
ଜିଲ୍ଲାରେ ଗୋଟିଏ ଥରରେ ଏତେ ସଂଖ୍ୟାରେ ଥାନା ଅଧିକାରୀ ବଦଳିକୁ ନେଇ ଆଜି ତମାମ୍ ଚର୍ଚ୍ଚା ଲାଗି ରହିଛି । ପୁଲିସ ବିଭାଗରେ ଦୀର୍ଘ ଦିନ ହେବ ଥାନା ଅଧିକାରୀଙ୍କ ବଦଳି ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା ଏବଂ ମନମୁଖୀ ଶାସନ ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ଆଜି ଏହି ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଏସ୍ପି ଆର୍ଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । (ରିପୋର୍ଟ-ରାମକୃଷ୍ଣ ରଥ)