No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ଆନ୍ତର୍ଗତ ବାଆଁରା ଗ୍ରାମ ନିବାସୀ ସାମ୍ବାଦିକ ତଥା ରୋଟାରୀଆନ୍ ଗୌରାଙ୍ଗ ଚରଣ ରାଉତଙ୍କ ମାତା ରଜନୀ ରାଉତଙ୍କର ୭୫ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତା ରାଉତ ଜଣେ ଧର୍ମ ପରାୟଣ ଓ ମେଳାପି ବ୍ୟକ୍ତି ଭାବେ ପରିଚିତ । ତାଙ୍କ ପରଲୋକରେ ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ, ସାହିତ୍ୟିକ ନକୁଳଚନ୍ଦ୍ର ସାହୁ, ବାଙ୍କୀ ପ୍ରେସକ୍ଲବର ସଭାପତି ବଳଭଦ୍ର ପଣ୍ଡା, ବାଙ୍କୀ କଲେଜ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ,
ଶିକ୍ଷକ ସନ୍ତୋଷ କୁମାର ମୁଦୁଲି, କବି କୌଶିକ ନାୟକ, ସମାଜସେବୀ ନଳିନୀ ମହାପାତ୍ର, ପଣ୍ଡିତ ମନୋଜ ରାଉତ, ଶ୍ରୀ ସୁବୁଦ୍ଧେଶ୍ୱର ସାହିତ୍ୟ ସଂସଦ ସଭାପତି ପ୍ରଶାନ୍ତ କୁମାର ସାହୁ, କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ନବୋଦୟ ଅଧ୍ୟକ୍ଷ ଡକ୍ଟର ରାମରାଜ ସିଂହ, କ୍ରୀଡା ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦୋରା, ମିନତି ପଡିହାରୀ, ୱାଇଜ୍ମ୍ୟାନ୍ ଜିଲ୍ଲା ଗଭର୍ଣ୍ଣର ସତ୍ୟ ଗୋପାଳ ପରିଜା, ରୋଟାରିଆନ୍ ଦେବାଶିଷସୁର, ଦେବାଶିଷ ଆଚାର୍ଯ୍ୟ, ବ୍ୟମୋକେଶ ପୃଷ୍ଟି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ମରଶରୀରକୁ ନିକଟସ୍ଥ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା ଓ ତାଙ୍କ ଜ୍ୟେଷ୍ଠପୁତ୍ର ସାମ୍ବାଦିକ ଗୌରାଙ୍ଗ ରାଉତ ମୁଖାଗ୍ନି ପ୍ରଦାନ କରିଥିଲେ ।

No Result
View All Result