No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ବଡସାହି ଅଙ୍ଗନୱାଡି କେନ୍ଦ୍ର-୧ରେ ଅଙ୍ଗନୱାଡି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ଅଙ୍ଗନୱାଡି ଶିକ୍ଷକ ନଳନୀ ବେଉରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପୋଷାକ ବଣ୍ଟନ କାର୍ଯ୍ୟ୍ରକମରେ ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପୋଷାକ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୁମାର ଅମୀୟ, ସାମ୍ବାଦିକ ଅନନ୍ତ ପଟ୍ଟନାୟକ, ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ପ୍ରାଣକୃଷ୍ଣ ଲେଙ୍କା, ବୈକୁଣ୍ଠନାଥ ନାୟକ ଓ ନଳନୀ ବେୱା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

No Result
View All Result