ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହନ କ୍ରମେ ୭୯ ତମ ସ୍ଵାଧିନତା ଦିବସ ଅବସରରେ ପାଳିତ ହୋଇ ଆସୁଛି ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନିଆଳି ବ୍ଳକର ଅଁଲୋ ପଞ୍ଚାୟତରେ ସମାଜସେବୀ ଓମ୍ ପ୍ରକାଶ ଜେନା, ମଣ୍ଡଳ ସଭାପତି ରାକେଶ ମହାରଣା ଓ ସରପଞ୍ଚ ଶ୍ରୀମତୀ କଳ୍ପନା ଜେନାଙ୍କ ନେତୃତ୍ବରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ମଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଇ, ଛବି ମଲ୍ଲିକ ଯୋଗ ଦେଇ ଏହାକୁ ସ୍ବାଗତ କରିଥିଲେ , କାଳିଆଘାଇ ଛକ ଠାରୁ ମଟର ସାଇକଲ ଶୋଭାଯାତ୍ରା ଆରମ୍ଭ ହୋଇ anlo, ମହଙ୍ଗପଡା, ପସଙ୍ଗ, ଦହିଜଙ୍ଗ, ବିଳାସୁଣି, ପୋଖରୀଗାଁ, ବରୀମୁଣ୍ଡେଇଅଠାନ୍ତର, ପହଙ୍ଗା ଏବଂ ତିହୁଡ଼ି ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଏହି ଶୋଭାଯାତ୍ରାରେ ବିଜେପିର ଶଶିକାନ୍ତ ଲେଙ୍କା, ଜୋନ ସଂଯୋଜକ ମିହିର ନାୟକ, ରାଘବ ଚନ୍ଦ୍ର ବେହେରା,

ନବଘନ ସ୍ବାଇଁ, ରଂଜନ ବେହେରା, ପଞ୍ଚାୟତ ସମିତି ସଭ୍ୟ ବିଜୟ କୁମାର ମୁଖୀ, ପ୍ରଭାତ ଜେନା, ଭାନୁ ପ୍ରତାପ ପ୍ରଧାନ, ଶାନ୍ତନୁ ମହାନ୍ତି, ପାଳିଆ ଶିରୋମଣି ସୁବଳ ଚରଣ ବେହେରା, ଶିକ୍ଷାବିତ ପ୍ରତାପ ଦାଶ ପୁର୍ବତନ ସଭାପତି ପ୍ରମୋଦ ନାୟକ, ପ୍ରକାଶ ବେହେରା, ସୁକାନ୍ତ କୁମାର ସ୍ବାଇଁ, ଅଶୋକ କୁମାର ପାଢୀ ଜମ୍ବେଶ୍ଵର ନାୟକ, ଲକ୍ଷ୍ମୀଧର ଜେନାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।














