No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ରେଳ ଡିଭିଜନ କାଳୁପଡା ଘାଟ ରେଳ ଷ୍ଟେସନ ନିକଟ ମୁଣ୍ଡାଳ ରେଳ ଫାଟକ ଠାରେ ରେଳ ଲାଇନରୁ ଅଜଣା ବ୍ୟକ୍ତି ର ଦେହ ଉଦ୍ଧାର । ବ୍ରହ୍ମପୁର ଭୁବନେଶ୍ୱର ଅପ ଲାଇନ ରୁ ମୃତ ଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ସକାଳେ ମୃତ ଦେହ ଉଦ୍ଧାର କରିଛି ରେଳ ବାଇ ପୋଲିସ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି ।
ସ୍ଥାନୀୟ ଚାଷୀ ମାନେ କ୍ଷେତ କୁ ଯିବା ସମୟରେ ମୁଣ୍ଡାଳ ରେଳ ଫାଟକ ନିକଟରେ ଏକ ମୃତ ଦେହ କ୍ଷତ ବିକ୍ଷତ ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ରେଳବାଇ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ହେଲେ ମୃତକର ପରିଚୟ ମିଲି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

No Result
View All Result