No Result
View All Result
ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏ.ଜି.ମିଶନ୍ ବିଦ୍ୟାଳୟ, ଚାନ୍ଦପୁର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳନ କରିଅଛି । ଏହି ପର୍ବରେ ମୂଖ୍ୟ ଅତିଥି ଭାବରେ SMC ସଦସ୍ୟ ଲାଲ୍ ପ୍ରସାଦ (କେରଳ) ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସତ୍ୟଜିତ ସାମନ୍ତରାୟ (HEAD BOY), ଆଦ୍ୟାଶା ଧଳ (HEAD GIRL) ଭାବରେ ଦାୟିତ୍ବ ପ୍ରଦାନ କରିଥିଲେ । ଏହି ଛାତ୍ରଛାତ୍ରୀ ବିଦ୍ୟାଳୟର ବିଭିନ୍ନ ଗୁରୁତ୍ବପୂର୍ଣ ଦିବସରେ ଛାତ୍ରଛାତ୍ରୀମାନଙ୍କୁ ତଦାରଖ କରିବେ ।
ବିଦ୍ୟାଳୟରେ (Blue House) Captain Master Satyajeet Sahoo & Vice Captain Miss Koyel Mandal, (Green House) Captain Master Jagdish Chhualsingh & Vice Captain Miss Subhra Suman Das, (Red House) Captain Master Shashwat Jally & Vice Captain Miss Anasuya Pradhan, (Yellow House) Captain Master Saurav Mohapatra & Vice Captain Miss Loriya Baliarsinghଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା ।
ନିର୍ବାଚିତ ଛାତ୍ରଛାତ୍ରୀ ବିଭିନ୍ନ ଗୃହର ଛାତ୍ରଛାତ୍ରୀମାନଙ୍କୁ ତଦାରଖ କରିବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ମାର୍ଟିନ୍ ନିର୍ବାଚିତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ବିନୁ ଗାବ୍ରିଏଲ୍ ଏହି କାର୍ଯ୍ୟକ୍ରମ ଅବସରରେ ନିର୍ବାଚିତ ଛାତ୍ରଛାତ୍ରୀମାନଙ୍କୁ badges & sash ପ୍ରଦାନ କରି ନିର୍ଦ୍ଦେଶମୂଳକ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟର ମ୍ୟାନେଜର ସାଇନି ବିନୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଧନ୍ୟବାଦ ଅଭିନନ୍ଦନ ଜଣାଇଥିଲେ । ସର୍ବପରି ଏହି କାର୍ଯ୍ୟକ୍ରମଟିକୁ ରୂପଦେବାରେ କ୍ରୀଡା ଶିକ୍ଷକ ବିକାଶ କୁମାର ଦଲେଇ, ଶିକ୍ଷୟିତ୍ରୀ ପୁଷ୍ପଲତା ମହାପାତ୍ର ଏବଂ ଲିପିକା ଦାସ, ଶିକ୍ଷକ ରୋସବିନ ସାମୁଏଲ, ବିନୋଥ କୁମାରଙ୍କ ଅବଦାନ ସାଗତ ଯୋଗ୍ୟ । ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରାକ୍ଷୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result