No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜଟଣୀ ବଡ଼ବଜାର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ବଡ଼ ଧୁମ୍ ଧାମରେ ପାଳିତ ହୋଇଯାଇଛି। ପ୍ରାତଃ ମୁରଲୀ କ୍ଲାସ ପରେ ଜଟଣୀ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି ଭଉଣୀଙ୍କ ନେତୃତ୍ୱରେ ପ୍ରାୟ ତିନି ଶହରୁ ଉର୍ଦ୍ଧ ଭାଇ ଭଉଣୀ ଙ୍କୁ ରକ୍ଷା ସୂତ୍ର ବନ୍ଧା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ତଥା ଓଡ଼ିଶା ଡ଼୍ରାଇଭର ସଂଘ ର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ମାଉଣ୍ଟଆବୁ ରୁ ଆସିଥିବା ବ୍ରହ୍ମାକୁମାର ଅଖିଳ ଭାଇ, ପଦ୍ମାବତୀରୁ ଆସିଥିବା ବ୍ରହ୍ମାକୁମାର ଅଲେଖ ଭାଇ,

ବ୍ରହ୍ମାକୁମାର ଅଶୋକ ଭାଇ,ଆଲୋକ ଭାଇ, ମଧୁସୂଦନ ଭାଇ ରକ୍ଷାବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଏତଦ୍ ବ୍ୟତୀତ ଜଟଣୀର ବିଧାୟକ ବିଭୂତି ଭୂଷଣ ବଳନ୍ତରାୟ, ଜଟଣୀ ମ୍ୟୁନିସପାଲିଟି ଚେୟାରମେନ ଅନନ୍ତ ବେହେରା, ଅନ୍ୟାନ୍ୟ ଦଳର ନେତୃବୃନ୍ଦ, ଜଟଣୀର ପ୍ରାୟ ସମସ୍ତ ବ୍ୟାଙ୍କ୍ ର କର୍ମକର୍ତ୍ତା ଗଣ,ଜଟଣୀ ବ୍ଲକ ତଥା ଜଟଣୀ ମ୍ୟୁନିସପାଲିଟି ର କର୍ମଚାରୀ ବୃନ୍ଦ,ଜଟଣୀ ତହସିଲଦାର , ସବ୍ ରେଜିଷ୍ଟର, ନାଇଜର ତଥା ଆଇଆଇଟି ର ଅଧକ୍ଷ ସମେତ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ରାକ୍ଷୀ ବନ୍ଧାଯାଇଥିଲା। ଏଥିସହ ଜଟଣୀ ଥାନା ର ଭାରପ୍ରାପ୍ତ ଅଧିକାରୀ, ଦମକଳ ଅଫିସ’ର କର୍ମଚାରୀ ବୃନ୍ଦ,

ଅରଗୁଳ ସ୍ଥିତ ଫାଟୁଆ ଗବେଷଣା କେନ୍ଦ୍ରର କର୍ମଚାରୀ ବୃନ୍ଦ, ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ବିଏସଏଫ କ୍ୟାମ୍ପର ଯବାନ ତଥା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଗଣଙ୍କୁ ବ୍ରହ୍ମାକୁମାରୀ ଭଉଣୀ ମାନେ ପବିତ୍ର ରକ୍ଷା ସୂତ୍ର ବାନ୍ଧି ନିଜର କିଛି କିଛି ଅବଗୁଣ ବା ବଦଭ୍ୟାସ କୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଦାନ କରିବା ପାଇଁ ପ୍ରତିଜ୍ଞା କରାଇଥିଲେ। ଏହି ସବୁ କାର୍ଯକ୍ରମକୁ ବ୍ରହ୍ମାକୁମାର ସରୋଜ ଭାଇ,ଅଶୋକ ଭାଇ,ସୁନିଲ ଭାଇ,ସତ୍ୟ ଭାଇ, ଆଲୋକ ଭାଇ,ଶ୍ରୀପତି ଭାଇ ସମେତ ବ୍ରହ୍ମାକୁମାର ମଳୟ ଭାଇ ସଂଯୋଜନା କରିଥିଲେ।

No Result
View All Result