No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଦୀପାବଳିରେ ଆସୁଛି ଡିଆରଏସ ଏଣ୍ଟରପ୍ରାଇଜେସ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଢେଇ’। ‘ଆମର ମ୍ୟୁଜିକ’ରେ ମୁକ୍ତିଲାଭ କରିଥିବା ଏହାର ଅଡିଓକୁ ହୋଟେଲ ଦି ପ୍ରେସିଡେନ୍ସିରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପିତ କରାଯାଇଛି ।
ଏଥିରେ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ସ୍ବନାମଧନ୍ୟ ଉଦ୍ୟୋଗୀ ଶ୍ରୀ ପୀୟୂଷ ମହାନ୍ତି, ପ୍ରଯୋଜକ ଟୁଟୁ ନାୟକ, ବିତରକ ପ୍ରଶାନ୍ତ ବେହେରା। ପ୍ରଯୋଜଜ ଦେବାଶିଷ ପଟ୍ଟନାୟକ, ନିର୍ଦ୍ଦେଶକ ଅଶୋକ ପତି, ସଂଳାପକାର ଭରଦ୍ୱାଜ ପଣ୍ଡା,
ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ, ନାୟକ ଲୋହିତାକ୍ଷ, ନାୟିକା ଅଭିଲିପ୍ସା, କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ସ୍ୱୟଂ ପ୍ରଭାସ ପାଢ଼ୀ, ସୌରଭ ଭରଦ୍ୱାଜ ପ୍ରମୁଖ ଅଡିଓ ସିଡ଼ିକୁ ଉନ୍ମୋଚନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକନିସିଆନ ଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ନବାଗତ ନାୟକ ଲୋହିତାକ୍ଷ ଚିତ୍ର ଜଗତରେ ପଦାର୍ପଣ କରୁଛନ୍ତି । ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଲଢେଇ ‘ ରେ ସଙ୍ଗୀତ ଦେଇଛନ୍ତି ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଗୌରବ-ସୋମେଶ ।
ଡ. ନିର୍ମଳ ନାୟକ, ବାପୁ ଗୋସ୍ୱାମୀ ଓ ଜେ. ପି ୱାର୍ଡସ୍ମିଥଙ୍କ ଦ୍ୱାରା ରଚିତ ଗୀତଗୁଡିକରେ କଣ୍ଠ ଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପ୍ରଭାସ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ ଓ ସୋମେଶ ଶତପଥୀ ପ୍ରମୁଖ ସମସ୍ତ ଆଗଧାଡିର କଣ୍ଠଶିଳ୍ପୀ ।
ରାପର ଆଡିକ୍ସନଙ୍କ ଦ୍ୱାରା ଶୀର୍ଷକ ଗୀତରେ ଏକ ଚମତ୍କାର ରାପ ମଧ୍ୟ ସଂଯୋଜିତ ହୋଇଛି ।ଚଳଚ୍ଚିତ୍ରରେ ସମୁଦାୟ ୪ଟି ଗୀତ ସ୍ଥାନିତ ହୋଇଛି । ଥିମ ସଙ୍ଗ ବା ଟାଇଟଲ ଗୀତ , ରୋମାଣ୍ଟିକ ଡୁଏଟ, ଡ୍ୟାନ୍ସ ନମ୍ବର ଓ ଆଇଟମ ଗୀତ ପରି ସବୁବର୍ଗର ଶ୍ରୋତା ଓ ଦର୍ଶକଙ୍କୁ ଆକର୍ଷିତ କଲା ଭଳି ଗୀତ ସବୁ ରହିଛି।
ଗୀତ ଗୁଡିକ ସମୟୋପଯୋଗୀ ଓ ଶ୍ରୁତିମଧୁର ହୋଇପାରିଛି । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ । ‘ଲଢେଇ’ ଏକ ବଳିଷ୍ଠ, ମୌଳିକ ଓ ଭିନ୍ନ ଧରଣର କଥାବସ୍ତୁ ଉପରେ ପର୍ଯ୍ୟବସିତ। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା । ସଙ୍ଗୀତ ଦେଇଛନ୍ତି ଗୌରବ ଆନନ୍ଦ ଓ ସୋମେଶ ଶତପଥି।
ଦୃଶ୍ୟଗ୍ରହଣରେ ଅଛନ୍ତି କୁଲଡି। ନାୟିକା ଭୂମିକାରେ ଅଛନ୍ତି ଅଭିଲିପ୍ସା। ଅନ୍ୟାନ୍ୟ ଚରିତ୍ରରେ ପ୍ରୀତିରଞ୍ଜନ, କେକେ, ବିଭାସ, ଉଦିତ ଗୁରୁ, ସୋମେଶ, ମଧୁ, ସ୍ମିତା ଚୌଧୁରୀ, ମନୋଜ ଦଣ୍ଡପାଟ୍ଟ, ରାଜଲକ୍ଷ୍ମୀ ଡାକୁଆ, ରବି ନାରାୟଣ ବେହେରା, ସୁଶାନ୍ତ,
ରାଜଲକ୍ଷ୍ମୀ ମହାପାତ୍ର ଓ ଅଶୋକ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ। ପିଆର ଓ ମାର୍କେଟିଙ୍ଗ ଦାୟିତ୍ୱରେ ଅଛନ୍ତି ସମ୍ବିତ ଜେନା । ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର । ମିଡ଼ିଆ କୋଅର୍ଡିନେଟର ଭୂମିକାରେ ଅଛନ୍ତି ଅଭିଜିତ ସିଂ।

No Result
View All Result