କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡେଏତା ପଞ୍ଚାୟତରରେ ଥିବା ସ୍ୱାଧୀନତା ପୂର୍ବରୁ ନିର୍ମିତ ଶଙ୍ଖତ୍ରାସ ସରକାରୀ ହାଇସ୍କୁଲ ଆଦର୍ଶ ଅବସରପ୍ରାପ୍ତ ଶିକ୍ଷକ ଏକ୍ରାମ ଅଲି୍ ଖାଁ ଙ୍କ ସ୍ନୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ଚାରଣ ସଭା ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୮୩ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ରବିବାର ଦିନ ଅପରାହ୍ନରେ ସ୍କୁଲ ପରିସରେ ପୁରାତନ ଛାତ୍ର ବୈରାଗି ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ ସ୍ମୃତି ସଭାରେ ବିଦ୍ୟାଳୟର ଶିକ୍ଷକ ସୁଧୀର କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ପରଲୋକ ଗତ ଆଦର୍ଶ ଶିକ୍ଷକ ଏକ୍ରାମ ଅଲି୍ ଖାଁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ସ୍କଵୁବେଳେ ଭଲ ମଣିଷଟିଏ ହୋଇ ସମାଜରେ ପ୍ରତେକ ବ୍ୟକ୍ତି ର କିଭଳି ପ୍ରିୟପାତ୍ର ହୋଇପାରିବେ ସେ ଦିଗରେ ଅଧିକ ଗୁରୁତ୍ବ ଦେଉଥିଲେ । ତାଙ୍କ ଆଦର୍ଶରେ ଯେଉଁ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହୋଇଥିଲେ

ସେମାନେ ଆଜି ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି ବୋଲି ପୁରାତନ ଛାତ୍ରଛାତ୍ରୀମାନେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପିତବାସ ମଲିକ, ପ୍ରଦିପ ନନ୍ଦ, ଶିତାକାନ୍ତ ମହାପାତ୍ର, ମନୋରଞ୍ଜନ ପରିଡ଼ା , ବିଳାସିନୀ ଜେନା, ସରୋଜିନୀ ପ୍ରଧାନ, କଳ୍ପନା ସାମଲ , ନିରଞ୍ଜନ ବେହେରା, ବିଜୟ କୁମାର ସାହୁ, ବୈଦ୍ୟନାଥ ପତି , ଆଂଶିକ କୁମାର ଦାସ, ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକଙ୍କ ସ୍ମୃତି ଚାରଣ କରିଥିଲେ ।














