ବନମାଳୀ ଦାସ ଙ୍କ 61 ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଟି ହେଉଛି ଗୋପ ନିଗମାନନ୍ଦ ସରକାରୀ ବିଦ୍ୟାଳୟ l ଯାହାର ପ୍ରଣାପ୍ରତିଷ୍ଠାତା ହେଉଛନ୍ତି ଗୋପ ଅଞ୍ଚଳ ର ବରିଷ୍ଟ ଆଇନୀଜୀବୀ ତଥା ଶିକ୍ଷାବିତ୍ ସ୍ବର୍ଗତ ବନମାଳୀ ଦାସ l ଏହା ଆମ ଦେଶ ସ୍ୱାଧୀନତା ପାଇବା ପୂର୍ବରୁ 1944 ମସିହା ରେ ସ୍ଥାପିତ କରିଥିଲେ l ଶିକ୍ଷାର ପ୍ରସାର ଓ ପ୍ରଚାର କ୍ଷେତ୍ରରେ ସ୍ବର୍ଗତ ଦାସ ଙ୍କ ଅବଧାନ ଅତୁଳନୀୟ ଯାହାର ଫଳସୂରୋପ ଉକ୍ତ ବିଦ୍ୟାଳୟ ରୁ ଶତାଧିକ ବିଜ୍ଞ ଓ ପ୍ରତିଷ୍ଠିତ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଆଜି ଦେଶ ବିଦେଶ ରେ ସୁନାମ ଅର୍ଜନ କରିଛନ୍ତି l















