ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ :– ଗତ ୧ ମାସ ଧରି ହିଞ୍ଜିଳିକାଟୁ ପୌରାଂଚଳକୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଳିଆ ପାଣି ଯୋଗାଣ କରାଯାଉଛି । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସ୍ଥାନୀୟ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୮ ମସିହା ମାର୍ଚ୍ଚ ୨୫ ତାରିଖରେ ୩.୬୭ କୋଟି ଯଙ୍କା ବ୍ୟୟରେ ୱାଟର ଟ୍ରିଟଂମେଂଟ ପ୍ଲାଂଟ ନିର୍ମାଣ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ମେଣ୍ଢାଖାଇ ପାହାଡ଼ ଓ ପୁରୁଣା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତ୍ୟେକ ୩ ଏମଏଲଡ଼ି କ୍ଷମତା ବିଶିଷ୍ଟ ଗୋଟାଲ ଲେଖାଏଁ ପ୍ଳାଟ ନିର୍ମାଣ କରାଯାଇଥିଲା । ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରବାସୀଙ୍କୁ ପ୍ରତ୍ୟହ ସକାଳେ ୨ଘଂଟା ଓ ଅପରାହ୍ନରେ ୧ଗଂଟା ସକାଶେ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଗତ କିଛି ଦିନ ଧରି ପ୍ରତ୍ୟହ କେବଳ ସକାଳ ସମୟରେ ପାନୀୟ ଜଳ ଯୋଗାଣ କରାଯାଉଛି । ତାହା ବି ପୁଣି ବିଶୁଦ୍ଧ ନୁହେଁ ସମ୍ପୁର୍ଣ୍ଣ ଗୋଳିଆ ପାଣି । ଯାହାକି, ପିଇବା ପାଇଁ ସମ୍ପୁର୍ଣ୍ଣ ଅନୁପଯୁକ୍ତ ।
ବହୁ ସମୟରେ ସହରବାସୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଂଗ କରୁଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ନେଇ ସହରବାସୀ ଅଭିଯୋଗ କରିଛନ୍ତି । ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାନଗଲେ ଆଗାମୀ ଦିନରେ ପୌରାଂଚଳ ବାସୀଙ୍କ ପକ୍ଷରୁ ଜନ ଆନ୍ଦୋଳନ ଗଢି ଉଠିବ ବୋଲି କହିଛନ୍ତି । ଏ ନେଇ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀଧର ଦାସଙ୍କୁ ପଚାରିବାରୁ ସେ କୁହନ୍ତି, ବିଭାଗ ପକ୍ଷରୁ ଜଳ ଯୋଗାଣ କରାଯାଉଥିବା ପ୍ରଥମ ୨ଘଂଟା ଟ୍ୟାଙ୍କରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ଆଶ୍ୱିନ ଶ୍ରାଦ୍ଧ ଚାଲିଥିବାରୁ ସହରବାସୀଙ୍କ ଅନୁରୋଧ କ୍ରମେ ଅଧିକ ସମୟ ସକାଶେ ଜଳ ଯୋଗାଣ କରାଯାଉଥିବାରୁ ସିଧାସଳଖ ନଦୀ ପାଣି ଯୋଗାଣ କରାଯାଉଥିବାରୁ ଏବଂ ବର୍ତମାନ ସମୟରେ ଉପରମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ଅବଶିଷ୍ଟ ସମୟ ଗୋଳିଆ ପାଣି ଯୋଗାଣ କରାଯାଉଛି । ଗୋଳିଆ ପାଣି ଯୋଗାଣକୁ ନେଇ ସହରବାସୀ ଅଭିଯୋଗ କଲେ ଆସନ୍ତା କାଲି ଠାରୁ ସହରବାସୀଙ୍କୁ ଦୈନିକ ମାତ୍ର ୨ଘଂଟା ସକାଶେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ଏବଂ ଅଧିକ ସମୟ ସକାଶେ ଜଳ ଯୋଗାଣ କରାଯିବା ବନ୍ଦ କରି ଦିଆଯିବ । ( ହିଞ୍ଜିଳି /ଶେଷଦେବ ସାହୁ)