• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମେଟେଲ୍‌ ମିଟ୍‌ର ସପ୍ତମ ସଂସ୍କରଣ : ଜୁନିୟରରେ ଡିଏଭି ୟୁନିଟ୍‌-୮ – ସିନିୟରରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍‌

Proprietor Abhimanyu Maharana by Proprietor Abhimanyu Maharana
August 11, 2025
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ମେଟେଲ୍‌ ମିଟ୍‌ର ସପ୍ତମ ସଂସ୍କରଣ : ଜୁନିୟରରେ ଡିଏଭି ୟୁନିଟ୍‌-୮ – ସିନିୟରରେ ଏମ୍ସ  ଭୁବନେଶ୍ୱର ଚାମ୍ପିୟନ୍‌
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ବସ୍ତିପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଥିବା କୁଇଜ୍‌ ପ୍ରତିଯୋଗିତା ‘ମେଟଲ ମିଟ୍‌-୨୦୨୫’ ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ସ ରବିବାର ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ଭୁବନେଶ୍ୱରସ୍ଥିତ ୟୁନିଟ-୮ ଡ଼ିଏଭି ପବ୍ଲିକ ସ୍କୁଲ ଟିମ୍‌ ଏବଂ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଛନ୍ତି। ଡିଏଭି ପବ୍ଲିକ ସ୍କୁଲ ୟୁନିଟ-୮ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟାନ ହୋଇଥିବାବେଳେ, ଏମ୍ସ ଭୁବନେଶ୍ୱର ଲଗାତର ତୃତୀୟଥର ପାଇଁ ପ୍ରଥମ ସ୍ଥାନରେ ରହି ହାଟ୍ରିକ୍‌ ଅର୍ଜନ କରିଛି । ସେହିପରି ଜୁନିୟର ବର୍ଗରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଟିମ୍‌ ପ୍ରଥମ ରନରଅପ୍‌ ଓ ଲୋୟାଲା ଟିମ୍‌ ଦ୍ୱିତୀୟ ରନରଅପ୍‌ ହୋଇଛନ୍ତି ।

ଅନୁରୂପ ଭାବେ ସିନିୟର ବର୍ଗରେ ଆଇଆଇଟି ଖଡଗପୁର ପ୍ରଥମ ରନରଅପ୍‌ ଏବଂ ଆଇଆଇଏମ୍‌ କାଲ୍‌କାଟା ଦ୍ୱିତୀୟ ରନରଅପ୍‌ ହୋଇଛନ୍ତି। ଉଭୟ ବର୍ଗର ଚାମ୍ପିୟନ୍‌ଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରଥମ ରନର୍‌ଅପ୍‌ମାନଙ୍କୁ ୫୦ହଜାର ଓ ଦ୍ୱିତୀୟ ରନର୍‌ଅପ୍‌ମାନଙ୍କୁ ୨୫ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛିା । ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା କୁଇଜ୍‌ ପ୍ରତିଯୋଗିତାରେ ଏଥିର ପ୍ରଥମ ଥର ପାଇଁ ରାଜ୍ୟ ବାହାରୁ ଅଂଶଗ୍ରହଣକାରୀ ସାମିଲ୍‌ ହୋଇଥିଲେ । ପ୍ରତିଯୋଗିତାରେ ଜୁନିୟର ଓ ସିନିୟରଙ୍କୁ ମିଶାଇ ମୋଟ୍‌ ୮୧ଟି ଟିମ୍‌ ଭାଗ ନେଇଥିଲେ ।

ଜୁନିୟରରେ ରାଜ୍ୟ ଭିତରୁ ୩୯ଟି ଟିମ୍‌ ସାମିଲ ହୋଇଥିବାବେଳେ, ସିନିୟର ବର୍ଗରେ ରାଜ୍ୟ ଓ ରାଜ୍ୟ ବାହାରକୁ ମିଶାଇ ୪୨ଟି ଟିମ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଶନିବାର ଅନୁଷ୍ଠିତ ପ୍ରିଲିମ୍ସରେ ଉଭୟ ବର୍ଗରୁ ୮ଟି ଲେଖାଏଁ ଟିମ୍‌ ଗ୍ରାଣ୍ଡ୍‌ ଫାଇନାଲ୍ସକୁ ଉନ୍ନୀତ ହୋଇଥିଲେ । ରବିବାର ପ୍ରଥମେ ଜୁନିୟର ବର୍ଗର ଗ୍ରାଣ୍ଡ ଫାଇନାଲ୍ସ ଆରମ୍ଭ ହୋଇଥିଲା । କୁଇଜ୍‌ ମାଷ୍ଟର ଅଜୟ ପୁନିଆ ୮ଟି ଦଳର ଅଂଶଗ୍ରହଣକାରୀଙ୍କ ପାଇଁ ୫ଟି ପର୍ଯ୍ୟାୟରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ପ୍ରଶ୍ନମାନ ପଚାରିଥିଲେ । ବିଜୟୀ ଦଳ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ରାଉଣ୍ଡରୁ ହିଁ ଅନ୍ୟ ପ୍ରତିଦ୍ୱନ୍ଦୀ ଦଳକୁ ପଛରେ ପକାଇ ଆଗରେ ରହିଥିଲା ।

ସିନିୟର ବର୍ଗରେ ପ୍ରଥମରୁ ହିଁ ଏମ୍ସ ଭୁବନେଶ୍ୱର ଅନ୍ୟ ପ୍ରତିଯୋଗୀ ଦଳକୁ ପଛରେ ପକାଇ ସ୍କୋର ବଢାଇ ଚାଲିଥିଲା । ପ୍ରଥମଥର ପାଇଁ ଆଇଆଇଟି ଖଡଗପୁର ଏବଂ ଆଇଆଇଏମ୍‌ କାଲ୍‌କାଟା ଅଂଶଗ୍ରହଣ କରି ରାଜ୍ୟ ବାହାରର ଦଳଭାବେ ବିଜୟ ଲାଭ କରି ମେଟେଲ୍‌ ମିଟ୍‌କୁ ଭିନ୍ନ ପରିଚୟ ଦେଇଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏହି କୁଇଜ୍‌ ପ୍ରତିଯୋଗିତା ପ୍ରଥମ ଥର ପାଇଁ ରାଜ୍ୟ ବାହାରକୁ ଯାଇଥିବାରୁ ସମସ୍ତ ପ୍ରତିଯୋଗୀଙ୍କୁ ସ୍ବାଗତ କରିବା ସହ କୁଇଜ୍‌ ସଂସ୍କୃତିକୁ ପୁନରୁତ୍‌ଥାନ କରିବାରେ ଏହି ସଂସ୍କରଣ ବେଶ୍‌ ଉପାଦେୟ ହୋଇପାରିଥିବା କହିଛନ୍ତି । କାର୍ଯ୍ୟକ୍ରମକୁ ମାନସୀ ମିଶ୍ର ସଂଯୋଜନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version